ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସେମିରେ ମରକ୍କୋ ହାରିବାରୁ ଫ୍ୟାନ୍ସଙ୍କ ଜଳାପୋଡା

0

ନ୍ୟୂଜ୍ ବ୍ୟୁରୋ; ଫିଫା ବିଶ୍ୱକପ ସେମିଫାଇନାଲରେ ମରକ୍କୋକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଡିସେମ୍ବର ୧୮ରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା । ସେମିରେ ଫ୍ରାନ୍ସ ମରକ୍କୋକୁ ୨-୦ରେ ହରାଇଛି । ମରକ୍କୋ ହାରିଯିବା ପରେ ଫ୍ୟାନ୍ସ ମନ ଭାଙ୍ଗିଯାଇଛି

ଫ୍ରାନ୍ସ ଠାରୁ ମରକ୍କୋ ହରିବା ପରେ ଅନେକ ସ୍ଥାନରେ ଫ୍ରାନ୍ସ ଏବଂ ମରକ୍କୋ ଫ୍ୟାନ୍ସଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଏହି ସମୟରେ ପୋଲିସ ସହିତ ମଧ୍ୟ ସଂଘର୍ଷ ହୋଇଛି । ଜର୍ମାନୀର ରାଜଧାନୀ ବ୍ରସେଲ୍ସରେ ସବୁ କିଛି ଘଟିଛି। ସୂଚନା ଅନୁଯାୟୀ, ଫାଇନାଲରେ ହାରିବା ପରେ ମରକ୍କୋ ଖେଳିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା । ଆଉ ଏହାକୁ ବରଦାସ୍ତ କରିପାରିନଥିଲେ ମରକ୍କୋ ଫ୍ୟାନ୍ସ । ବ୍ରସେଲ୍ସରେ ରହୁଥିବା ପ୍ରାୟ ୧୦୦ରୁ ଅଧିକ ମରକ୍କୋ ଫ୍ୟାନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଥମେ ମରକ୍କୋ ପତାକା ଧରିଥିବା ଶତାଧିକ ଫ୍ୟାନ୍ସ ବ୍ରସେଲ୍ସର ସାଉଥ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନିଆଁ ଗୋଲା ଓ ଅନ୍ୟ ଜିନିଷ ଫୋପାଡ଼ିଥିଲେ। ସେମାନଙ୍କୁ ସୁରକ୍ଷାକର୍ମୀ ବିଶୃଙ୍ଖଳା ସୃଷ୍ଟି ନ କରିବାକୁ କହିଥିଲେ। ହେଲେ ସେମାନେ କିଛି ଶୁଣି ନଥିଲେ। ଚେତାବନୀ ସତ୍ତ୍ୱେ ସେମାନେ ଷ୍ଟେସନ ନିକଟରେ ଥିବା ଅଳିଆ ଗଦା ଓ ଅନ୍ୟାନ୍ୟ କାର୍ଡବୋର୍ଡ ବକ୍ସରେ ନିଆଁ ଲଗାଇ ଦେଇଥିଲେ। ମରକ୍କୋ ଫ୍ୟାନ୍ସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀମାନେ ପାଣି ମାଡ଼ କରିବା ସହ ଟିୟର ଗ୍ୟାସର ବ୍ୟବହାର କରିଥିଲେ। ଶେଷରେ ସ୍ଥିତି ନିୟନ୍ତ୍ରଣ ମଧ୍ୟକୁ ଆସିଥିଲା। ପୋଲିସ କିଛି ମରକ୍କୋ ଫ୍ୟାନ୍ସଙ୍କୁ ଗିରଫ ମଧ୍ୟ କରିଛି ।

Leave A Reply

Your email address will not be published.