ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଖାଁ ଖାଁ ଚୀନର ବେଜିଂ ସହର

0

ବେଜିଂ; ଚୀନରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ । ଜିରୋ କୋଭିଡ୍ ପିଲିସି ଚୀନରେ ଫେଲ୍ ମାରିଛି । ସଂକ୍ରମଣ ବଢ଼ୁଥିବାରୁ ୨ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବେଜିଂ ଜନଶୂନ୍ୟ ହୋଇପଡ଼ିଛି । ଏବେ ଏହାର ପ୍ରଭାବରେ ଦୋକାନ ବଜାର ବନ୍ଦ ଥିବା ବେଳେ ରେଷ୍ଟୁରାଂଟ ଗୁଡ଼ିକ ମଧ୍ୟ ବନ୍ଦ ରହିଛି । ଯାହାଫଳରେ ଚୀନର ବେଜିଂ ସହର ଭୂତ ସହର ଭଳି ପରିଲକ୍ଷିତ ହେଉଛି ।

କୋଭିଡ୍ ପରୀକ୍ଷା କେନ୍ଦ୍ର, ଆଇସିୟୁ ଏବଂ କ୍ୱାରେଂଟିନ୍ ସେଣ୍ଟର ଅଧିକ ମାତ୍ରାରେ ପ୍ରସ୍ତୁତ କରି ସରକାର ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତ ଥିବା ବେଳେ ଜନସାଧାରଣ କିନ୍ତୁ ଏଥିରେ ସହଯୋଗ କରୁନାହାନ୍ତି । ଏପରିକି ସାଧାରଣ ଜନତା ସରକାରଙ୍କ ଜିରୋ କୋଭିଡ୍ ନୀତିର ତୀବ୍ର ବିରୋଧ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ସେଥିପାଇଁ ପ୍ରଶାସନ କଠୋର ନୀତି ଲାଗୁ କରିଛି । ଏହି ପ୍ରକ୍ରିୟାରେ ଘରୋଇ ପ୍ରତିଷ୍ଠାନ, ବୃହତ ବାଣିଜ୍ୟକ ସଂସ୍ଥ୍ୟା, ବଜାର ବନ୍ଦ ରଖାଯାଇଥିବା ବେଳେ ଯାନବାହନ ଚଳାଚଳ ଉପରେ କଟକଣା ଅଘୋଷିତ ଲକଡାଉନ୍ ପରିସ୍ଥିତି ସୃଷ୍ଟି କରିଛି । ଯାହା ଫଳରେ ଏପରି ସ୍ଥିତି ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.