ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ମଙ୍ଗଳନାଥଙ୍କୁ ପୂଜା କଲେ ଦୂର ହୋଇଥାଏ ମଙ୍ଗଳ ଦୋଷ

0

ଉଜ୍ଜୟିନୀ; ଉଜ୍ଜୟିନୀକୁ ମହାକାଳଙ୍କ ନଗରୀ କୁହାଯାଇଥାଏ । ଏହି ପବିତ୍ର ସ୍ଥାନରେ ବହିଯାଇଛି ସିପ୍ରା ନଦୀ । ଏହି ପବିତ୍ର ତଟର ପାଦ ଦେଶରେ ଅମଙ୍ଗଳକୁ ମଙ୍ଗଳରେ ପରିବର୍ତ୍ତନ କରିବା ପାଇଁ ପୂଜା ପାଇଥାନ୍ତି ଭଗବାନ ମଙ୍ଗଳନାଥ । ଦେଶରେ ମଙ୍ଗଳ ଭଗବାନଙ୍କର ଅନେକ ମନ୍ଦିର ରହିଛି କିନ୍ତୁ ଭଗବାନ ମଙ୍ଗଳନାଥ ମନ୍ଦିରରେ ମଙ୍ଗଳଙ୍କ ପୂଜା କରିବାର ଗୁରୁତ୍ୱ ଅନ୍ୟ କୌଣସି ସ୍ଥାନରେ ନାହିଁ ।

ମାନ୍ୟତା ରହିଛି ଏଠାରେ ପୂଜା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜାତକରେ ଥିବା ଦୋଷ ଦୂର ହୋଇଯାଇଥାଏ । ସେହିଭଳି ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳ ଭାରି ହୋଇଥାନ୍ତି ସେହି ବ୍ୟକ୍ତିମାନେ ନିଜର ଅନିଷ୍ଟ ଗ୍ରହର ଶାନ୍ତି ପାଇଁ ମଙ୍ଗଳନାଥ ମନ୍ଦିରରେ ପୂଜା-ପାଠ କରିବାକୁ ଆସିଥାନ୍ତି । ମଙ୍ଗଳନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଜାତକରେ ଉଗ୍ରରୂପ ଧାରଣ କରିଥିବା ମଙ୍ଗଳ ଶାନ୍ତ ହୋଇଥାନ୍ତି । ଏହି କାରଣରୁ ଯେଉଁ ନବବିବାହିତଙ୍କ ଯୋଡିରେ ମଙ୍ଗଳ ଦୋଷ ରହିଥାଏ ସେମାନେ ପ୍ରତ୍ୟେକ ବର୍ଷ ଏଠାରେ ପୂଜା-ପାଠ କରିବା ପାଇଁ ଆସିଥାନ୍ତି ।

କୁହାଯାଇଥାଏ ଅନେକ ଶତାଦ୍ଦୀ ପ୍ରାଚୀନ ହୋଇଥିବା ଏହି ମନ୍ଦିର ସିନ୍ଧିୟା ରାଜପରିବାରଙ୍କ ଦ୍ୱାରା ପୂନଃନିର୍ମାଣ କରାଯାଇଥିଲା । ଏଠାରେ କରାଯାଉଥିବା ମଙ୍ଗଳ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଭକ୍ତଙ୍କ ଦ୍ୱାରା ଏଠାରେ ମଙ୍ଗଳନାଥଙ୍କୁ ଶିବ ରୂପେ ପୂଜା କରାଯାଇଥାଏ । ମଙ୍ଗଳବାର ଦିନ ଏଠାରେ ପୂଜା କରିବା ପାଇଁ ବହୁ ଦୂର-ଦୂରାନ୍ତରୁ ଭକ୍ତମାନେ ଛୁଟିଆସିଥାନ୍ତି। ଏହି ମନ୍ଦିରରେ କରାଯାଇଥିବା ନବଗ୍ରହଙ୍କ ପୂଜା ବିଶେଷ ଲାଭ ଦେଇଥାଏ ବୋଲି ବିଶ୍ୱାସ କରାଯାଏ । ଏଠାରେ ଶାନ୍ତ ମନରେ ପୂଜା-ଅର୍ଚ୍ଚନା କରିବା ଦ୍ୱାରା ଉଗ୍ର ରୂପ ଧାରଣ କରିଥିବା ମଙ୍ଗଳ ଶାନ୍ତ ହୋଇଥାନ୍ତି ।

Leave A Reply

Your email address will not be published.