ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ ହୋଇପାରେ

0

ମସ୍କୋ: ଦୀର୍ଘ ୩୦୦ ଦିନ ଧରି ଚାଲିଥିବା ଋଷ୍-ୟୁକ୍ରେନ ଯୁଦ୍ଧର ଘଟିବ ପରିସମାପ୍ତି । ୟୁକ୍ରେନ ସହ ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମର ପୁଟିନ । ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି ହତାଶ ହୋଇପଡ଼ିଲେଣି। ସେଥିପାଇଁ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି। ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ଏହା ସେତେ ଭଲ ହେବ ବୋଲି ପୁଟିନ କହିଛନ୍ତି। ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି। ହେଲେ ପ୍ରଥମଥର ପାଇଁ ପୁଟିନ ଏପରି ବୟାନ ଦେଇଛନ୍ତି। ତେଣୁ ଯୁଦ୍ଧ ଶେଷ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ରୁଷର ସାମରିକ ମୁଖ୍ୟ କହିଛନ୍ତି, ରୁଷ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କକୁ ନିୟନ୍ତ୍ରଣକୁ ନେବା ପାଇଁ ଧ୍ୟାନ ଦେଉଉନ୍ତି। ଏଠାରେ ଥିବା ବାଖମୁତ ସହର ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରମୁଖ ସ୍ଥାନ ରହିଛି। ସେପଟେ ମସ୍କୋରେ ରହିଥିବା ଅଧିକାରୀମାନେ ବାରମ୍ବାର ଯୁଦ୍ଧ ଶେଷ କରିବା ପାଇଁ ୟୁକ୍ରେନ ସହ ଆଲୋଚନା କରିବାକୁ ଚାହୁଁଥିବା କହି ଚାଲିଛନ୍ତି।

ସେମାନେ ଯୁଦ୍ଧ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କୁ ଦୋଷ ଦେଉଛନ୍ତି। ଆଲୋଚନା ପାଇଁ ଜେଲେନସ୍କି ହିଁ ସମସ୍ତ ପ୍ରକାରର କୂଟନୀତିକ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି। ଏଥିସହ ସେ ରାଷ୍ଟ୍ରପତି ପୁଟିନଙ୍କ ସହ କୌଣସି ପ୍ରକାରର ବୁଝାମଣା କରିବାକୁ ଚାହୁଁ ନଥିବା ମସ୍କୋର ଅଧିକାରୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.