ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଶେଷ ହେଲା ସଂସଦର ଶୀତ ଅଧିବେଶନ

0

ନୂଆଦିଲ୍ଲୀ; ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ । ଧାର୍ଯ୍ୟ ସମୟର ୬ ଦିନ ପୂର୍ବରୁ ଶେଷ ହୋଇଛି ଅଧିବେଶନ। ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବି ଘୋଷଣା ହୋଇପାରେ। ଲୋକସଭା ଏବଂ ରାଜ୍ୟସଭାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଲୋକସଭାରେ ଚଳିତ ଅଧିବେଶନରେ ୧୩ଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପୂରା ଅଧିବେଶନ ୬୮ ଘଣ୍ଟା ୪୨ ମିନିଟ ଚାଲିଥିଲା ।

ସେହିଭଳି ୯ଟି ସରକାରୀ ବିଧେୟକ ଉପସ୍ଥାପନ କରାଯାଇଥିବା ବେଳେ ୭ ଟି ବିଧେୟକ ପାରିତ ହୋଇଥିଲା । ସାଂସଦମାନେ ୩୭୪ଟି ପ୍ରସଙ୍ଗ ଉଠାଇଥିବା ବେଳେ ଡିସେମ୍ବର ୨୦ ଏବଂ ୨୧ରେ ସଦନରେ ଦେଶରେ ମାଦକ ଦ୍ରବ୍ୟର ବଢୁଥିବା ଉପଯୋଗ ନେଇ ନିୟମ ୧୯୩ରେ ଚର୍ଚ୍ଚା ହୋଇଥିଲା । ଏଥିରେ ୫୧ ସଦସ୍ୟ ଭାଗ ନେଇ ସେମାନଙ୍କ ମତାମତ ରଖିଥିଲେ ।

ଶେଷରେ କେନ୍ଦ୍ର ଗୃହମନ୍ତ୍ରୀ ଏନେଇ ଉତ୍ତର ରଖିଥିଲେ ।ଗତ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ୨୯ରେ ଶେଷ ହେବାର ଥିଲା। ଏହା ପୂର୍ବରୁ ଅନେକ ବିରୋଧୀ ସଦସ୍ୟ ମଧ୍ୟ ବଡ଼ଦିନ ଓ ନୂଆବର୍ଷ ଉପଲକ୍ଷେ ଅଧିବେଶନ ଆଗୁଆ ଶେଷ କରିବାକୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.