ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର

0

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।

ସୂଚନା ଅନୁଯାୟୀ, ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଠିକ୍ ସେହିପରି ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ପାଇଁ ମଧ୍ୟ ଅବଧିକୁ ବୃଦ୍ଧି କରାଯାଇଛି। ତେଣେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ସେବାକୁ କାର୍ଯ୍ୟକାରୀ କରାଯିବ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେବ ଓଏସସିଆରଜିପିପି। ଏଥିରେ ଆଳୁ, ପନିପରିବା, ମସଲା ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରାଯାଇଛି। ତେଣେ ଏମଏସଏମଇ ପାଇଁ ନୂଆ ନୀତିକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । MSME ଶିଳ୍ପ ପାଇଁ ଆସିଲା ନୂଆ ନୀତି । କୃଷିରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ପାଣ୍ଠି ବ୍ୟବସ୍ଥା । ମହିଳା ଏସ୍ଏଚଜିଙ୍କୁ କୃଷି ଉଦ୍ୟୋଗୀକରଣ ପାଇଁ ପ୍ରୋତ୍ସାହନ । ଓଡ଼ିଶା ମେଡିକାଲ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସଂଶୋଧନ । ପ୍ଲସ-୨ ଶିକ୍ଷାରେ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନୀତି ।

ଆଦାୟ ହେବ କେନ୍ଦ୍ର, ରାଜ୍ୟ ଓ ଘରୋଇ ଶିଳ୍ପର ବକେୟା ଜଳ ବିଲ୍ । ଅନୁଗୁଳ ଜିଲ୍ଲାରେ ୨ଟି ପାଇପ ଦଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ । ୧୬୮୭ ଟି ସ୍ଥାନରେ ବିଏସଏନଏଲକୁ ୨ ହଜାର ବର୍ଗଫୁଟର ୩୦ ବର୍ଷୀୟା ଲିଜ୍ । ଏହାଦ୍ୱାରା ଉପକୃତ ହେବେ ୧୭୯୨ଟି ଅପହଞ୍ଚ ଗାଁର ଲୋକେ । ଲିଜ୍ ବିବାଦରେ ବର୍ଷକୁ ୧ ଟଙ୍କାର ଟୋକନ ମନି ଦେବ ବିଏସଏନଏଲ । ଗଞ୍ଜାମ ହିଞ୍ଜିଳିକାଟୁରେ ଶଙ୍କର ନେତ୍ରାଳୟ ଖୋଲିବ ଶାଖା । ନେତ୍ରାଳୟ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ । ଲଘୁ ଖଣିଜ ସମ୍ପଦ ଅଧିନିୟମରେ ହେବ ସଂଶୋଧନ ।

Leave A Reply

Your email address will not be published.