ପ୍ରମୁଖ ଖବର

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ
୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
ମା’ ବିରଜା ମନ୍ଦିର ଉନ୍ନତିକରଣ କାମ ଠିକ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ୨୫୦୦ ଟଙ୍କା ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା
ଆଜି ସର୍ବଦଳୀୟ ବୈଠକ, ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ
ରାଜ୍ୟରୁ ଗଞ୍ଜେଇ ଚାଷ ହେବ ମୂଳପୋଛ, ଡିଜିପି
ବଲାଙ୍ଗଗିରି: ଗଛରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ,୨ ମୃତ
ଆଣ୍ଡାମାନ ସାଗରରୁ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ପୁର୍ଣ୍ଣଚନ୍ଦ୍ର ସେଠୀଙ୍କ କାର୍, ୪ଯାତ୍ରୀ ଆହତ

ଡିସେମ୍ବର ୨୯ରୁ ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍

0

ଭୁବନେଶ୍ୱର, ୨୭/୧୨: ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଷ୍ଟାଡିୟମ୍‌ରେ ୨୭ ତମ ସିନିୟର୍ ଆଇଏକେଓ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଆୟୋଜିତ ହେବ । ଏହି ଚାମ୍ପିଅନ୍‌ସିପ୍‌ରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୫୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ବିଭିନ୍ନ କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ଆୟୋଜନ ହେବାକୁ ଥିବା ବେଳେ ଉଭୟ ପୁରୁଷ ଏବଂ ମହିଳା କ୍ୟାଟେଗୋରୀରେ ସମାନ୍ତରାଳ ଭାବେ ୨୬ ତମ ସବ୍ ଜୁନିୟର୍ ଓ ୨୬ ତମ ଜୁନିୟର ଚାମ୍ପିଅନ୍‌ସିପ୍ ମଧ୍ୟ ଆୟୋଜିତ ହେବ । ବର୍ଷକ ତଳେ ରାଜସ୍ଥାନର ଯୋଧପୁରରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶା ଟିମ୍ ରନର ଅପ୍ ଟାଇଟଲ୍ ହାସଲ କରିଥିଲା । ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କିକ୍‌ବକ୍ସିଂ ଅର୍ଗାନାଇଜେସନ୍‌ସ (ଆଇଏକେଓ) ର ସଦସ୍ୟ ଥିବା ଅଲ୍ ଓଡ଼ିଶା କିକ୍‌ବକ୍ସିଂ ଆସୋସିଏସନ୍ (ଏଓକେଏ) ଏହି ପ୍ରତିଯୋଗିତା ଆୟୋଜନ କରୁଛି ।

ଭୁବନେଶ୍ୱରରେ ହେଡ୍ କ୍ୱାର୍ଟର ଥିବା ଆଇଏକେଓ ୧୯୯୩ରେ ସ୍କୁଲ୍ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କିକ୍‌ବକ୍ସିଂକୁ ଆରମ୍ଭ କରିଥିବା ବେଳେ ଭାରତୀୟ କିକ୍‌ବକ୍ସରମାନେ ୨୦୦୭ ପର ଠାରୁ ଏସିଆନ୍ ଇଣ୍ଡୋର ଗେମ୍‌ସ୍ ଏବଂ ଏସିଆନ୍ ଇଣ୍ଡୋର ମାର୍ଶିଆଲ୍ ଆର୍ଟ୍ ଗେମ୍‌ସରେ ପଦକ ହାସଲ କରିଛନ୍ତି ବୋଲି ଏଓକେଏର ସାଧାରଣ ସମ୍ପାଦକ ତଥା ଏହି ଚାମ୍ପିଅନ୍‌ସିପ୍‌ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.