ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର, ୪ ମୃତ

0

ଅ‌ଷ୍ଟ୍ରେଲିଆ; ଅଷ୍ଟ୍ରେଲିଆର ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର । ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସୋମବାର ଅଷ୍ଟ୍ରେଲିଆର ଏକ ସମୁଦ୍ର ତଟରେ ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ପରସ୍ପର ଧକ୍କା ହୋଇଥିଲା ।

ପୁଲିସ କହିବା ମୁତାବକ, ଲ୍ୟାଣ୍ଡିଂ କରୁଥିବା ବେଳେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । କ୍ଷତିଗ୍ରସ୍ତ ହେଲିକପ୍ଟରଟି ଲ୍ୟାଣ୍ଡିଂ ସ୍ଥଳରୁ ବହୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି । ଏଥିରେ ହିଁ ୪ ଯାତ୍ରୀଙ୍କ ମୃତଦେହ ଥିବା ସହ ୩ ଜଣ ଗୁରୁତର ଥିଲେ। ପରେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଭାବେ ଗୋଲ୍ଡ କୋଷ୍ଟର ମେନ୍ ବିଚ୍ ଅବତରଣ କରିଥିଲା । ଅନ୍ୟପଟେ ଦୁର୍ଘଟଣା ଘଟିଥିବା ସ୍ଥାନ ସିୱର୍ଲ୍ଡ ଡ୍ରାଇଭକୁ ଯାତାୟତ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରାଯାଇଛି ଏବଂ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ।

Leave A Reply

Your email address will not be published.