ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ମାଲକାନଗିରିକୁ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ

0

ମାଲକାନଗିରି; ଦୀର୍ଘ ଦିନର ଦୂର ହେଲା ଦୁଃଖ । ଆଜିଠାରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ପ୍ରଥମ ଥର ପାଇଁ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ। ନାବାର୍ଡ଼ ସହାୟତାରେ ଦୁଇ ବାଇକ୍‌ ଆମ୍ୱୁଲାନ୍ସ ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ। ଏହି ବାଇକ ଆମ୍ବୁଲାନ୍ସ ମାଧ୍ୟମରେ ଦୁର୍ଗମ ଅଞ୍ଚଳରୁ ରୋଗୀଠାରୁ ଆରମ୍ଭ ଗର୍ଭବତୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇପାରିବ। ଦୁର୍ଗମ ଅଞ୍ଚଳର ଗରିବ ଲୋକଙ୍କୁ ମେଡ଼ିକାଲ୍‌ ଯିବା ପାଇଁ ଆଉ ଦହଗଞ୍ଜ ହେବାକୁ ପଡ଼ିବ ନାହିଁ।

ଦିନେ ଚିତ୍ରକୋଣ୍ଡା ପଞ୍ଚାୟତ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିଲା। ଜଳଭଣ୍ଡାର ଗଭୀର ଜଳରାଶିରେ ଜୀବନକୁ ବାଜି ଲଗାଇ ଲୋକମାନେ ପାର ହେଉଥିଲେ। ତେବେ ଗୁରୁପ୍ରିୟା ସେତୁ ଲୋକାର୍ପଣ ପରେ ସେହି ଦୁଃଖ ଦୂର ହୋଇଛି। ବିଚ୍ଛିନ୍ନାଞ୍ଚଳ ଏବେ ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ ହୋଇଛି। ଗରିବଙ୍କ ଯନ୍ତ୍ରଣା ଏବେ କମ୍ ହେବ । ଗୁରୁତର ରୋଗୀଙ୍କୁ ମେଡ଼ିକାଲ୍‌ ନେବାକୁ ଏବେ ଆଉ ଅପେକ୍ଷା କରିବାକୁ ପଡ଼ିବନି ।

Leave A Reply

Your email address will not be published.