ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଆସନ୍ତା ୨୮ରୁ ଖଣ୍ଡଗିରି ମେଳା

0
  • ୨ବର୍ଷ ପରେ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରି
  • ଆସନ୍ତା ୨୮ରୁ ଫେବ୍ରୁଆରୀ ୧୦ଯାଏଁ ଚାଲିବ ମେଳା
  • ଅପେରାରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା

ଭୁବନେଶ୍ବର; ମାଘ ମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି । ଦୁଇ ବର୍ଷ ପରେ ପୁଣି ଜମିବ ଯାତ୍ରା । ଐତିହାସିକ ପାହାଡ ପାଦ ଦେଶରେ ଦୁଲୁକିବ ମଂଚ। ରଙ୍ଗୀନ ଆଲୋକ ସାଙ୍ଗକୁ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରି ପାଦଦେଶ । ୭ ଦିନ ଧରି ମା ବାରଭୁଜାଙ୍କ ପୀଠରେ ଚାଲିବ ପୂଜାର୍ଚ୍ଚନା । ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ସାଧୁସନ୍ଥଙ୍କ ଭିଡ ଜମିବ । ମାଘ ସପ୍ତମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ହୋମ ଯଜ୍ଞ ଭିତରେ ଶୁଭିବ ସାଧୁସନ୍ଥଙ୍କ ଦିବ୍ୟ ଆଳତି। ଆସନ୍ତା ୨୮ରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ଦୀର୍ଘ ୧୪ ଦିନ ଅର୍ଥାତ୍ ଫେବ୍ରୁଆରୀ ୧୦ଯାଏଁ ଚାଲିବ ଖଣ୍ଡଗିରି ମେଳା ।

ଚଳିତବର୍ଷ ଶୃଙ୍ଖଳିତ ଯାତ୍ରା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଏସଓପି । ଯାତ୍ରା ପାର୍ଟି କାହାର ଭାବନାକୁ ଆଘାତ ଦେଲା ଭଳି ନାଟକ ନାମକରଣ କରିବେନି । ଅପେରାରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା ସହ ଯାତ୍ରା ପ୍ରଚାରରେ ଉଚ୍ଚ ଶବ୍ଦ ହେବନାହିଁ । ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ । ଯାତ୍ରା କମିଟି ବିଏମସି, କମିଶନରେଟ ପୋଲିସ ଏବଂ ଅଗ୍ନିଶମ ବିଭାଗ ଠାରୁ ଅନୁମତି ଆଣିବେ । ୩୦ତାରିଖରୁ ୧୦ ପର୍ଯ୍ୟନ୍ତ ଯାତ୍ରାପାର୍ଟିକୁ ଅନୁମତି ମିଳିଛି । ସେପଟେ ଭିଡକୁ ଦୃଷ୍ଟିରେ ରଖି ପାର୍କିଂ ପାଇଁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି। ବାହାରେ ପାର୍କିଂ କଲେ ଗାଡି ଉଠାଇ ନିଆଯିବ ବୋଲି ବିଏମସି କହିଛି।

Leave A Reply

Your email address will not be published.