ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୂକମ୍ପରେ ଦୋହଲିଲା ଇଣ୍ଡୋନେସିଆ

0

ଇଣ୍ଡୋନେସିଆ; ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପରେ ଦୋହଲିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ୨.୪୭ ମିନିଟ୍‌ରେ ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ଥରି ଉଠିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୪୨ କିଲୋମିଟର ଗଭୀରତାରେ ରହିଛି।

ଆଇଏମ୍‌ଏସ୍‌ସିର କହିବା ମୁତାବକ, ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ୨୦୦୦ କିଲୋମିଟରରୁ ବି ଅଧିକ ଦୂରତା ଯାଏଁ ଅନୁଭବ ହୋଇଥିଲା । ଅଷ୍ଟ୍ରେଲିଆ, ଇଷ୍ଟ ତିମୋର ଲେସ୍ତୋ ଓ ଇଣ୍ଡୋନେସିଆର ପ୍ରାୟ ୧.୪ କୋଟି ଲୋକ ଭୂମିକମ୍ପର ଝଟ୍‌କା ଅନୁଭବ କରିଛନ୍ତି । ତେବେ ଏହି ଭୂମିକମ୍ପକୁ ଚଳିତ ବର୍ଷର ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଉଛି ।

ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟ ଲାଗି କେତେ କ୍ଷୟକ୍ଷତି ହୋଇଛି ସେ ନେଇ ସଠିକ୍ ଆକଳନ କରାଯାଇନାହିଁ। ଏହା ପୂର୍ବରୁ ରବିବାର ପ୍ରଶାନ୍ତ ମହାସାଗରୀୟ ଦ୍ବୀପଦେଶ ଭାନୁଆଟୁରେ ଭୂମିକମ୍ପ ଝଟକା ଲଗିଥିଲେ । ରିକ୍ଟରସ୍କେଲରେ ଏହାର ତିବ୍ରତା ୭.୦ ରେକର୍ଡ କରାଯାଇଥିଲା । ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଥିଲା ।

Leave A Reply

Your email address will not be published.