ପ୍ରମୁଖ ଖବର

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।
ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର

ଭିଜିଲାନ୍ସ ଜାଲରେ ଫସିଲେ ରେଞ୍ଜର

0

ସୁନ୍ଦରଗଡ; ପୁଣି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବାବୁ । ସୁନ୍ଦରଗଡ଼ ଉଜଳପୁର ରେଞ୍ଜର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ସଂଗ୍ରାମ କେଶରୀ ମିନିହିରାଙ୍କ ଘରେ ରେଡ୍ ଚାଲିଛି । ତେବେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ରେ ଥିବା ସରକାରୀ ବାସଭବନ ଓ ଅଫିସରେ ଖୋଳତାଡ଼ ହେଉଥିବା ବେଳେ ସମ୍ବଲପୁର ବୁର୍ଲା ଟାଉନରେ ୩ ମହଲା କୋଠା ଠାବ ହୋଇଛି ।

ସେହିପରି ବଲାଙ୍ଗୀର ବ୍ରାହ୍ମଣୀପାଲିରେ ଥିବା ପୈତୃକ ବାସଭବନ ଓ ନେହେରୁ ନଗରରେ ଥିବା ସମ୍ପର୍କୀୟଙ୍କ ଘରେ ଛାନବିନ୍ ଚାଲିଛି । ଚଢ଼ାଉରେ ୫ ଜଣ ଡିଏସପି ଓ ୮ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ତେବେ ଚଢାଉ ଜାରି ରହିଥିବା ବେଳେ ମୋଟ ସମ୍ପତ୍ତିର ଆକଳନ ହୋଇନାହିଁ।

Leave A Reply

Your email address will not be published.