ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡ଼ୋଶୀ ଦେଶ ପାକିସ୍ତାନ

0

ପାକିସ୍ତାନ; ସବୁଠାରୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡ଼ୋଶୀ ଦେଶ ପାକିସ୍ତାନ । ସେଠାରେ ସ୍ଥିତି ଏପରି ହୋଇଛି ଯେ ଜରୁରୀ ସ୍ୱାସ୍ଥ୍ୟ ସେବା ଲାଗି ସରକାରଙ୍କ ପାଖରେ ଅର୍ଥ ନାହିଁ । ଏଥିସହିତ ପିଆଜ ଠାରୁ ଆରମ୍ଭ କରି ଅଟା ପର୍ଯ୍ୟନ୍ତ କିଲୋ ପିଛା ଦର ସବୁକିଛିର ମୂଲ୍ୟ ଆକାଶଛୁଆଁ ହୋଇଛି । ଖାଦ୍ୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଥିବା ବେଳେ ଅଟା ଓ ଚିନି, ପିଆଜ ଦାମ ଏତେ ବଢିଯାଇଛି ଯେ ଲକ୍ଷ ଲକ୍ଷ ଲୋକ ଭୋକରେ ଶୋଇବାକୁ ବାଧ୍ୟ ହେଉଛନ୍ତି ।

ପାକିସ୍ତାନରେ ଏବେ ଅଟା କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜର ମୂଲ୍ୟ କିଲୋ ପିଛା ୩୬.୭ ରୁ ବୃଦ୍ଧି ପାଇ ୨୨୦.୪ ଟଙ୍କାରେ ପହଞ୍ଚିଛି । ସେହିପରି ଚିକେନ୍‌ର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୨୧୦.୧ ରୁ ବୃଦ୍ଧି ପାଇ ୩୮୫ ଟଙ୍କାକୁ ପହଞ୍ଚିଯାଇଛି । ଏହା ବ୍ୟତୀତ ଲୁଣର ମୂଲ୍ୟ କିଲୋ ପିଛା ୩୨.୯ ରୁ ବୃଦ୍ଧି ପାଇ ୪୧.୯ ଟଙ୍କାରେ ପହଞ୍ଚିଛି । ସେହିପରି ପାକିସ୍ତାନରେ ଏବେ ଚାଉଳ କିଲୋ ପିଛା ୧୪୬ ଟଙ୍କା, ସୋରିଷ ତେଲ ଲିଟର ପିଛା ୫୩୨ ଟଙ୍କା, କ୍ଷୀର ଲିଟର ପିଛା ୧୩୯ ଟଙ୍କା, ବ୍ରେଡ୍‌ ପ୍ୟାକେଟ୍‌ ୯୦ଟଙ୍କାରେ ବିକ୍ରି ହେଉଛି ।

ଦର ଆକାଶଛୁଆଁ ଥିବାବେଳେ ଦେଶର ସମସ୍ତ ବଡ ସହରରେ ଅଟା ପାଇଁ ଉତ୍ତେଜନା ଦେଖାଦେଇଛି । ଅଟା ପାଇଁ ଲୋକ ନିଜ ନିଜ ଭିତରେ ମାଡ଼ଗୋଳ ହେଉଛନ୍ତି । ସୋସିଆଲ ମିଡିଆରେ ପାକିସ୍ତାନର ଅନେକ ଏପରି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

Leave A Reply

Your email address will not be published.