ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆମେରିକାରେ ପୁଣି ଗୁଳିକାଣ୍ଡ, ୩ ମୃତ ୨୧ ଆହତ

0

ଆମେରିକା; ଆମେରିକାରେ ପୁଣି ଗୁଳି ଫୁଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଗତ କିଛି ଦିନ ଆମେରିକାର ସର୍ବସାଧାରଣ ସ୍ଥାନରେ ଆଖି ବୁଜା ଗୁଳି ମାଡ଼ ହେଉଥିବା ବେଳେ ଘରୁ ବାହରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି।  

ସୂଚନାଯୋଗ୍ୟ: ୱାଶିଂଟନ ୟାକିମାସ୍ଥିତ ଏକ ମଲ୍‌ରେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ଦୁର୍ବୃତ୍ତଜଣଙ୍କ ଦୋକାନ ଭିତରେ ପଶି ଅତର୍କିତ ଗୁଳିମାଡ କରିଥିଲା । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି। ଏହି ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ପୂରା ଅଞ୍ଚଳକୁ ସିଲ୍‌ କରି ତଦନ୍ତ କରୁଛି।

ଚଳିତବର୍ଷ ପ୍ରଥମ ତିନି ସପ୍ତାହ ମଧ୍ୟରେ ୩୯ଟି ଗୁଳିକାଣ୍ଡ ହୋଇଛି । ଏହାବାଦ ଗତ ୪ ଦିନ ଭିତରେ ୨୩ଜଣଙ୍କ ଜୀବନ ଗଲାଣି । ଏହାକୁ ନେଇ ଭୟଭୀତ ହେଇପଡିଛନ୍ତି ଆମେରିକାବାସୀ । ଗତ ୨୨ ତାରିଖରେ ଚୀନ ନୂଆବର୍ଷ ପାଳନ ବେଳେ ଲସ୍ ଆଞ୍ଜେଲସର ଏକ କ୍ଲବ୍‌ରେ ଜଣେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ଦିନକ ପରେ କାଲିଫର୍ଣ୍ଣିଆର ହାଫ୍ ମୁନ୍ ବେ ସହରରେ ଜଣେ ଦୁର୍ବୃତ୍ତ ଗୁଳିମାଡରେ ୭ ଜୀବନ ଯାଇଥିଲା। ଗତକାଲି ଏକ ସ୍କୁଲରେ ଗୁଳି କାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଜଣେ ଶିକ୍ଷକ ଗୁରୁତର ହୋଇଥିଲେ।

Leave A Reply

Your email address will not be published.