ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଜେଟ୍ ପ୍ୟାକ୍ ସୁଟ ପିନ୍ଧି ଶୂନ୍ୟରେ ଉଡିବେ ଭାରତୀୟ ସେନା

0

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡିବେ ଭାରତୀୟ ସୈନ୍ୟ। ସେମାନଙ୍କ ଲାଗି ଆସିବ ଜେଟପ୍ୟାକ ସୁଟ୍ । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ । ଏନେଇ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ଟି ଜେଟପ୍ୟାକ ସୁଟ, ୧୦୦ଟି ରୋବୋଟିକ ମ୍ୟୁଲ, ୧୩୦ଟି ନ୍ୟୁଜେନେରେସନ ଟିଥର୍ଡ ଡ୍ରୋନ ସିଷ୍ଟମ ହାସଲ ଲାଗି ନିଆଯାଇଛି ପଦକ୍ଷେପ ।

ସୂଚନା‌ଯୋଗ୍ୟ; ଭାରତୀୟ ସେନା ୪୮ଟି ଜେଟ୍ ପ୍ୟାକ୍ ସୁଟ୍ କିଣିବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଜେଟ୍ ପ୍ୟାକ୍ ସୁଟ୍ ର ଅନେକ ଲାଭ ଅଛି। ସୀମାରେ ପୋଷ୍ଟ କରାଯାଇଥିବା ଯବାନମାନେ ମଧ୍ୟ ଜେଟ୍ ପ୍ୟାକ୍ ସୁଟ୍ ପିନ୍ଧି ଉଡିପାରିବେ। ଜେଟ୍ ପ୍ୟାକ୍ ସୁଟରେ ପାଞ୍ଚଟି ଗ୍ୟାସ୍ ଟର୍ବାଇନ ଜେଟ୍ ଇଞ୍ଜିନ ଅଛି, ଯାହା ପ୍ରାୟ ୧୦୦୦ ହର୍ସ ପାୱାରର ଶକ୍ତି ଉତ୍ପାଦନ କରିଥାଏ। ଏହିପରି ସୁଟ୍ ଇନ୍ଧନ, ଡିଜେଲ କିମ୍ବା କିରୋସିନରେ ଚାଲିପାରିବ।

ଜେଟ୍ ପ୍ୟାକ୍ ସୁଟର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର ଥିବାବେଳେ ଏହି ସୁଟ ପିନ୍ଧି ଭାରତୀୟ ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ବି ସୀମା ଉପରେ ନଜର ରଖିପାରିବେ। ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ। ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ । ଏହି ସୁଟ୍ ଜରିଆରେ ସହଜରେ ଉଡାଣ ଓ ଲ୍ୟାଣ୍ଡିଂ ସମ୍ଭବ ହୋଇପାରିବ । ସେହିପରି ୧୦ ହଜାର ଫୁଟ ଉଚ୍ଚରେ ୪ ପାଦ ବିଶିଷ୍ଟ ରୋବୋଟିକ ମ୍ୟୁଲ କାର୍ଯ୍ୟକରିବ।

Leave A Reply

Your email address will not be published.