ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଗ୍ରାଣ୍ଡସ୍ଲାମ ଟେନିସରୁ ବିଦାୟ ନେଲେ ସାନିଆ ମିର୍ଜା

0

ମେଲବୋର୍ଣ୍ଣ; ନିଜର ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ସାନିଆଙ୍କୁ ଫାଇନାଲରେ ପରାସ୍ତ ହେବାକୁ ପଡ଼ିଛି। ଏଥିସହ ସେ ଅଷ୍ଟ୍ରେଲିଆ ଓପନରେ ରନର୍ସଅପ୍‌ ସହ ନିଜ ଟେନିସ କ୍ୟାରିୟରକୁ ଅଲବିଦା କହିଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ।

ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚରେ ଭାରତୀୟ ଯୋଡ଼ି ୬-୭, ୨-୬ ସେଟରେ ପରାସ୍ତ ହୋଇଛନ୍ତି । ପରାଜୟ ସହ ସାନିଆଙ୍କ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ ହୋଇଛି । ମ୍ୟାଚ୍ ହାରିବା ପରେ ସାନିଆ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ।

ଏହି ପରାଜୟ ସହ ସାନିଆ ଓ ବୋପାନ୍ନାଙ୍କୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସାନିଆ ଅଷ୍ଟ୍ରେଲିଆ ଓପନ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ସେ ମ୍ୟାଚ୍‌ ସରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଟେନିସକୁ ଅଲବିଦା କହିଛନ୍ତି।

ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ରହିଛି। ସାନିଆ ନିଜର ବିଦାୟୀ ଭାଷଣରେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ “ରୋହନ ହେଉଛନ୍ତି ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ମାତ୍ର ୧୪ ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ।

ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିବା ସାନିଆଙ୍କ ପୁଅ ଏଜହାନ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତାଙ୍କ ଉଦ୍ଦେଶ୍ୟରେ ସାନିଆ କହିଛନ୍ତି, “ମୋ ପିଲା ସାମ୍ନାରେ ମୁଁ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବି ବୋଲି କେବେ ଭାବି ନଥିଲି। ତେଣୁ ମୋ ୪ ବର୍ଷର ପୁଅ ଓ ମୋ ବାପା ମା’ ଏଠାରେ ଉପସ୍ଥିତ ଥିବାରୁ ଏହି ଦିନଟି ଆହୁରି ସ୍ୱତନ୍ତ୍ର ହୋଇଛି।”

Leave A Reply

Your email address will not be published.