କଟକ; ହାଇକୋର୍ଟ ନିକଟ କଟକ ସବ ରେଜିଷ୍ଟ୍ରାର ଅଫିସ ପରିସରରେ ଥିବା ଅବକାରୀ ଷ୍ଟୋରରୁମ ଆଗ ହୋଟେଲରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏଥିରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁକୁ ଆୟତ କରିବାକୁ ୩ଟି ଫାୟାର ଟିମ ନିୟୋଜିତ ହୋଇଥିବାବେଳେ ପାଣି ଓ ଫୋମ ବ୍ୟବହାର କରି ନିଆଁକୁ ଲିଭାଯାଇଛି । ତେବେ ଏହି ଅଗ୍ନିକାଣ୍ଡରେ ଅବକାରୀ ବିଭାଗ ଜବତ କରି ଷ୍ଟୋର ରୁମରେ ରଖିଥିବା ମଦ ଡ଼୍ରମ, ହାଣ୍ଡି, ସାଇକେଲ ଓ ଅନ୍ୟାନ୍ୟ ଜବତ ସାମଗ୍ରୀ ପୋଡ଼ି ହୋଇ ନଷ୍ଟ ହୋଇଯାଇଛି ।
ପ୍ରମୁଖ ଖବର
ଏସ୍ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ