ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଝାରସୁଗୁଡା ଏସପି ଥିବା ରାହୁଲ ଜୈନ ବଦଳି ହୋଇ ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ହୋଇଛନ୍ତି। ବରଗଡ଼ ଏସପି ପରମାର ସ୍ମିଥଙ୍କୁ ଦିଆଯାଇଛି ଝାରସୁଗୁଡା ଏସପି ଦାୟିତ୍ବ । ବରଗଡ଼ ଏସପି ହୋଇଛନ୍ତି ପ୍ରହଲ୍ଲାଦ ସାହାଇ ମୀନା । ସେହିପରି ବୌଦ୍ଧ ଏସପି ହେଲେ ରାଜ ପ୍ରସାଦ । ସେପଟେ ବଦଳିଛନ୍ତି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ । ପୋଲିସ ମୁଖ୍ୟାଳୟକୁ ଗୁପ୍ତେଶ୍ବରଙ୍କୁ ବଦଳି କରାଯାଇଛି । ଆଠମଲ୍ଲିକ ଏସଡିପିଓ ଥିବା ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡିପିଓ ଦାୟିତ୍ବ ଦିଆଯାଇଛି । ।
ପ୍ରମୁଖ ଖବର
୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା