ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୨୦୨୩-୨୪ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

0

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି।୨୦୨୩-୨୪ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ ଅର୍ଥମନ୍ତ୍ରାଳୟରେ ପହଞ୍ଚିଥିଲେ। ଏହାପରେ ସେ ବଜେଟ୍‌ ଉପସ୍ଥାପନ ଅର୍ଥମନ୍ତ୍ରାଳୟ ସମ୍ମୁଖରେ ଫଟୋ ଉଠାଇବା ପାଇଁ ଅର୍ଥମନ୍ତ୍ରୀ ଲାଲ୍‌ ରଙ୍ଗର ‘ବହିଖାତା’ ଧରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ଠିଆ ହୋଇଥିଲେ।

୨୦୨୩-୨୪ ବଜେଟ୍‌ ଅଭିଭାଷଣ ପ୍ରଦାନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ୍‌ରାଓ କରାଡ଼, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥମନ୍ତ୍ରାଳୟର ପଦସ୍ଥ ଅଧିକାରୀମାନେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଫେରିବା ପରେ ସଂସଦରେ କ୍ୟାବିନେଟ୍‌ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ଆଜି ‘୨୦୨୩-୨୪ କେନ୍ଦ୍ରୀୟ ବଜେଟ୍‌’କୁ ଅନୁମୋଦନ କରିଥିଲା। ୧୫ ମିନିଟ୍‌ ମଧ୍ୟରେ ଆଜିର ଏହି କ୍ୟାବିନେଟ୍‌ ବୈଠକ ଶେଷ ହୋଇଥିଲା।

ସୂଚନା ଅନୁଯାୟୀ, ଦିନ ୧୧ଟାରୁ ବଜେଟ୍ ଆରମ୍ଭ ହେଇଯାଇଛି। ଚଳିତ ଥର ମଧ୍ୟବିତ୍ତଙ୍କ ପାଇଁ ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କରଦାତାଙ୍କ ପାଇଁ କଣ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା  । ଏହା ଉପରେ ରହିଛି ଦେଶବାସୀଙ୍କ ନଜର। ବଜେଟରେ ଅର୍ଥମନ୍ତ୍ରୀ ଟିକସଦାତାଙ୍କୁ ଧାରା ୮୦ ସି ଅଧୀନରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସୁବିଧା ପ୍ରଦାନ କରିପାରନ୍ତି । ଏପରିକି ଆୟକର ଲାଗୁ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା କରିବା ଏବଂ ସର୍ବୋଚ୍ଚ ଟିକସ ହାରକୁ  ୩୦% ପରିବର୍ତ୍ତେ ୨୫%କୁ ହ୍ରାସ ନେଇ ଆଶା କରାଯାଉଛି ।

ବେକାରୀ ସମସ୍ୟା, ଅର୍ଥନୀତିରେ ମାନ୍ଦାବସ୍ତା ମଧ୍ୟରେ ଆସୁଥିବା ଏହି ବଜେଟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ବର୍ଷ ଧରି ବଜେଟରେ ମଧ୍ୟବିତ୍ତଙ୍କ ପାଇଁ କିଛି ଠୋସ ନିଷ୍ପତ୍ତି ନିଆଯାଇନାହିଁ । ଏଥର ବଜେଟରେ ସରକାର କିଛି ବଡ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.