ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ମାର୍ଚ୍ଚ ଶେଷ ସୁଦ୍ଧା ସ୍କ୍ରାପିଙ୍ଗ ହେବ ୧୫ବର୍ଷର ପୁରୁଣା ଗାଡି

0

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ୧୫ ବର୍ଷରୁ ପୁରୁଣା ସରକାରୀ ଓ ସରକାରୀ ସଂସ୍ଥାର ଗାଡି ସ୍କ୍ରାପିଙ୍ଗ ହେବ। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୧୫ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ି ଆଉ ରାସ୍ତାରେ ଗଡ଼ିପାରିବନି।

ଏହି ଗାଡ଼ିର ପଞ୍ଜୀକରଣ ବି ନବୀକରଣ ହେବନି ବୋଲି କେନ୍ଦ୍ର ସରକାର ନିୟମ କରିବା ପରେ ଏଗୁଡ଼ିକୁ ସ୍କ୍ରାପିଙ୍ଗ କରାଯିବ। ଆଉ ଏହି ସବୁ ଗାଡ଼ିର ସ୍କ୍ରାପିଙ୍ଗ ପାଇଁ ସ୍ବୀକୃତିପ୍ରାପ୍ତ ଆରଭିଏସଏଫ ସେଣ୍ଟର ଖୋଲାଯାଇଛି। ଏହି ସେଣ୍ଟରରେ ବିଭାଗ ପକ୍ଷରୁ ଗାଡ଼ିଗୁଡ଼ିକୁ ସ୍କ୍ରାପିଙ୍ଗ କରିବା ପରେ ଆରଟିଓଙ୍କୁ ଉକ୍ତ ଗାଡିର ରେଜିଷ୍ଟ୍ରେସନ ନମ୍ବର ବାତିଲ କରିବାକୁ କହିବାକୁ ପଡିବ। ଆଉ ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଏହା ସାରିବାକୁ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.