ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଆରମ୍ଭ ହୋଇଯାଇଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

0

ଭୁବନେଶ୍ବର; ଆଜି ଠାରୁ ଆରମ୍ଭ ହୋଇଯାଇଛି ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ସକାଳ ସାଢେ଼ ୧୦ଟାରୁ ଦିନ ସାଢେ଼ ଗୋଟାଏ ଯାଏ ଚାଲିଥିଲା ଏହି ପରୀକ୍ଷା । ପରୀକ୍ଷାର୍ଥୀ ମାନେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। ଦଶମ ପରୀକ୍ଷା ୨୧ ମାର୍ଚ୍ଚ ଯାଏ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୫ଯାଏ ଚାଲିବ। କୋଭିଡର ଦୁଇ ବର୍ଷ ପରେ ସ୍ୱାଭାବିକ ପରିସ୍ଥିତିରେ ପୂର୍ବ ପରି ଶତ ପ୍ରତିଶତ ସିଲାବସ୍ ରେ ପିଲାମାନେ ପରୀକ୍ଷା ଦଉଛନ୍ତି।

ସାରା ଦେଶରୁ ପ୍ରାୟ ୩୯ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୭୨୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତବର୍ଷ ରାଜ୍ୟରେ ପ୍ରାୟ ୫୦ ହଜାର ପିଲା ପରୀକ୍ଷା ଦେଉଛନ୍ତି। ୨୧ ଲକ୍ଷ ୮୬ ହଜାର ୯୪୦ ଛାତ୍ରୀଛାତ୍ର ଦଶମ ପରୀକ୍ଷା ଦେଉଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରୀଛାତ୍ର ଦେଉଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ୧୬ ଦିନରେ ଶେଷ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶେଷ ହେବାକୁ ୩୬ ଦିନ ଲାଗିବ ।

୭୬ ଟି ବିଷୟ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଏବଂ ମୋଟ ୧୧୫ ଟି ବିଷୟ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ। ଦଶମ ଶ୍ରେଣୀ ପରୀକ୍ଷା ପାଇଁ ମୋଟ ୭୨୪୦ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ବୋର୍ଡ କହିଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୬୭୫୯ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କ ସଂଖ୍ୟା ୧୨ ଲକ୍ଷ ୪୭ ହଜାର ୩୬୪ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୯ ଲକ୍ଷ ୩୮ ହଜାର ୫୬୬ ରହିଛି। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ସଂଖ୍ୟା ୯ ଲକ୍ଷ ୫୧ ହଜାର ୩୩୨ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୭ ଲକ୍ଷ ୪୫ ହଜାର ୪୩୩ ରହିଛି।

Leave A Reply

Your email address will not be published.