ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଢେଙ୍କାନାଳ:ଢେଙ୍କାନାଳ ଟାଉନଥାନାର ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଢେଙ୍କାନାଳ ଟାଉନଥାନା ଭିଏଚ୍‌ଏଫ୍‌ ବିଭାଗରେ କାର୍ଯ୍ୟରତ ମହିଳା କନଷ୍ଟେବଳ ସୁନିତା ନାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରିଜର୍ଭ ଲାଇନ ପୁଲିସ କ୍ଵାର୍ଟରରେ ଆଜି ଭୋର ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୁନିତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୁଲିସରେ କାର୍ଯ୍ୟରତ ଅଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ପାଇଁ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଆଜି ଭୋର ୪ଟାରେ ସୁନିତା ବାଥରୁମ ଯାଇଥିଲେ। ଦୀର୍ଘ ସମୟ ଧରି ବାଥରୁମ ଭିତରୁ ନବାହାରିବାରୁ ସନ୍ଦେହ ବଢିଥିଲା। ପରେ ଯାଇ ଦେଖିବାରୁ ବାଥରୁମ ନିକଟରେ ଥିବା ଆଉ ଏକ କୋଠରୀରେ ସେ ଓଢଣୀରେ ଝୁଲି ପଡିଥିଲେ।

ପରେ ଖବର ପାଇବା ପରେ ଟାଉନ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୁନିତା ୨୦୧୧ ମସିହାରେ ବିବାହ କରିଥିଲେ। ତାଙ୍କର ୯ ବର୍ଷର ପୁଅ ଓ ୫ ବର୍ଷର ଝିଅ ଅଛନ୍ତି।

Leave A Reply

Your email address will not be published.