ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କଂଗ୍ରେସ ମହାଅଧିବେଶନରେ ସୋନିଆଙ୍କ ଇଶାରାକୁ ନେଇ ଚର୍ଚ୍ଚା

0

ରାୟପୁର; କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଇଶାରାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି ଦେଇଥିବା ବକ୍ତବ୍ୟରେ ସେମିତି କିଛି ଇଶାରା ଦେଇଛନ୍ତି। ରାୟପପୁରେ କଂଗ୍ରେସ ପକ୍ଷରୁ ଚାଲିଥିବା ୩ ଦିନିଆ ସମ୍ମିଳନୀରେ ଯୋଗ ଦେଇ ସୋନିଆ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ସହିତ ତାଙ୍କ ଇନିଂସ ଶେଷ ହୋଇଥିବାରୁ ସେ ଖୁବ ଖୁସି ଅଛନ୍ତି। ରାୟପୁରରେ ଦଳର ତିନି ଦିନିଆ ୮୫ତମ ସାଧାରଣ ଅଧିବେଶନର ଦ୍ୱିତୀୟ ଦିନରେ ସେ ୧୫,୦୦୦ ଦଳୀୟ ପ୍ରତିନିଧିଙ୍କୁ ସମ୍ବୋଧିତ କରିଥିଲେ।

ସୋନିଆ କହିଥିଲେ ପୁ଼ଞ୍ଜିପତିଙ୍କ ସ୍ବାର୍ଥ ପାଇଁ ଦେଶର ଅର୍ଥନୀତିକୁ ବଳି ଦିଆଯାଉଛି । ୨୦୦୪ ଓ ୨୦୦୯ ନିର୍ବାଚନ ବିଜୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବ ତାଙ୍କୁ ସନ୍ତୁଷ୍ଟ କରିଛି ବୋଲି କହିଛନ୍ତି ସୋନିଆ । ଶକ୍ତିଶାଳୀ କର୍ମୀ ହିଁ ଦଳର ଶକ୍ତି । କଂଗ୍ରେସ କେବଳ ଏକ ରାଜନୈତିକ ପାର୍ଟି ନୁହେଁ, ଏଥିରେ ଗଣତନ୍ତ୍ର ମଧ୍ୟ ରହିଛି । ବିଜେପି ଦେଶରେ ଘୃଣାର ନିଆଁ ଜାଳୁଛି । ବିଜେପି ଟାର୍ଗେଟରେ ସଂଖ୍ୟାଲଘୁ, ମହିଳା, ଦଳିତ ଏବଂ ଆଦିବାସୀ ସମାଜ ।

ଦିଲ୍ଲୀରେ ଶାସନ କରୁଥିବା ନେତାଙ୍କ ଡିଏନଏରେ ଆତ୍ମଗରିବୀ ମାନସିକତା ଭରି ରହିଛି । ବିଜେପିକୁ ମାତ ଦେବାକୁ ହେଲେ ଲୋକଙ୍କୁ ବୁଝାଇବାକୁ ହେବ । ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ହଜାର ହଜାର ସମର୍ଥକ ଯୋଡି ହୋଇ ପ୍ରମାଣିତ କରିଛନ୍ତି ଯେ, ଏବେ ବି ସେମାନଙ୍କ ହୃଦୟରେ କଂଗ୍ରେସ ଅଛି । ମହାଧିବେଶନକୁ ରୋକିବା ପାଇଁ ବିଜେପି ଇଡି ରେଡ କରିଥିଲା । କଂଗ୍ରେସ ଲଢିବ, ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ । କାରଣ କଂଗ୍ରେସ ସମ୍ବିଧାନ ଓ ଗଣତନ୍ତ୍ରକୁ ଅନୁସରଣ କରେ ବୋଲି କହିଛନ୍ତି ସୋନିଆ ।

ବର୍ତ୍ତମାନର ଶାସନକୁ ଦୃଢ଼ତାର ସହ ମୁକାବିଲା କରିବାକୁ ସେ କଂଗ୍ରେସ କର୍ମୀଙ୍କୁ ଅନୁରୋଧ କରିଛନ୍ତି। ଏବେ କଂଗ୍ରେସ କର୍ମୀମାନେ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜାଗ୍ରତ ହେବାକୁ ପଡ଼ିବ। ଫେବୃଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ଏଠାରେ ହେବାକୁ ଥିବା ସମ୍ମିଳନୀରେ ଯୋଗ ଦେବା ପାଇଁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଶୁକ୍ରବାର ଏଠାରେ ପହଞ୍ଚିଛନ୍ତି

ସୋନିଆ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡା ଯାତ୍ରା ସଫଳ ହୋଇଛି। ରାହୁଲ ଗାନ୍ଧି କଠିନ ଯାତ୍ରା ସମ୍ଭବ କରିଥିଲେ। ଏହି ଯାତ୍ରା ପାଇଁ କଠିନ ପରିଶ୍ରମ କରିଥିବା ସମସ୍ତ ଦଳର କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋନିଆ ଦଳର ସଦସ୍ୟମାନଙ୍କୁ ଅନୁଶାସନ ସହ କାର୍ଯ୍ୟ କରିବାକୁ କହିଛନ୍ତି। ଦେଶକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି।

ଦେଶର ସ୍ୱାର୍ଥ ପାଇଁ କଂଗ୍ରେସ ଲଢ଼େ‌ଇ କରିବ। କର୍ମୀମାନେ ହେଉଛନ୍ତି କଂଗ୍ରେସର ଶକ୍ତି। ଆମକୁ ଶୃଙ୍ଖଳା ସହ କାର୍ଯ୍ୟ କରିବାକୁ ପଡିବ। ଆମକୁ ଆମର ବାର୍ତ୍ତା ପହଞ୍ଚାଇବାକୁ ପଡିବ। ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡି ଦଳ ପାଇଁ ତ୍ୟାଗ ଓ ବଳିଦାନର ଆବଶ୍ୟକତା ଅଛି ବୋଲି ସୋନିଆ ଗାନ୍ଧୀ ଆହ୍ୱାନ କରିଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଆମେ ସଫଳ ହେବୁ ବୋଲି ସେ କହିଛନ୍ତି।

ସେହିପରି ଅଧିବେଶନରେ ଅଭିଭାଷଣ ଦେଇ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ସମଭାବାପନ୍ନ ଦଳ ପାଖରେ ପହଞ୍ଚି ୟୁପିଏ ପରି ଏକ ମେଣ୍ଟ ଗଠନ କରିବାର ସମୟ ଆସିଛି । ବିଜେପି ଦେଶର ଗଣତନ୍ତ୍ରକୁ ବିପଦରେ ପକାଇବାକୁ ବସିଥିବାବେଳେ କଂଗ୍ରେସ ଭରତକୁ ଏକ କରିବାକୁ ଉଦ୍ୟମ କରୁଛି ।

Leave A Reply

Your email address will not be published.