ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ଟ୍ରାଫିକ କନଷ୍ଟେବଲ

0

ଭୁବନେଶ୍ବର୍; ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଜଣେ ଟ୍ରାଫିକ କନଷ୍ଟେବଲ। ଆହତ କନଷ୍ଟେବଳଙ୍କ ନାଁ ମନୋଜ ବେହେରା। ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ବିଏସ୍‌ଏଫ୍ ଯବାନ ସଂଗ୍ରାମ ବିଶ୍ୱାଳଙ୍କୁ ସହିଦ ନଗର ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ସଂଗ୍ରାମ ବିଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଛନ୍ତି।

ସୂଚନା ଅନୁଯାୟୀ, ଆଜି ସଂଗ୍ରାମ ବିଶ୍ୱାଳ ମଟନ୍ ନେବା ପାଇଁ ଭିଏସ୍‌ଏସ୍ ନଗର ହାଟକୁ ଯାଇଥିଲେ। ସେ ତାଙ୍କ ବାଇକ୍‌କୁ ହାଟର ନୋ ପାର୍କିଂ ଜୋନରେ ରଖିଥିଲେ। ଏହା ଦେଖି ସେଠାରେ ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଲ ମନୋଜ ବେହେରା ଅଟକାଇ ଥିଲେ। ବାଇକ୍ ହଟାଇବାକୁ ସେ ସଂଗ୍ରାମଙ୍କୁ କହିଥିଲେ। କିନ୍ତୁ ସଂଗ୍ରାମ ମାନି ନଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ କଥା ଠେଲାପେଲା ଓ ଆକ୍ରମଣ ଆଡ଼କୁ ଚାଲି ଯାଇଥିଲା ଏବଂ ଯବାନଙ୍କ ଆକ୍ରମଣରେ ଆହତ ହୋଇଥିଲେ ଟ୍ରାଫିକ କନଷ୍ଟେବଲ।

Leave A Reply

Your email address will not be published.