ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆମେରିକାର କାଲିଫର୍ଣ୍ଣିଆରେ ହଜାର ହଜାର ଲୋକ ଗୃହବନ୍ଦୀ

0

କାଲିଫର୍ଣ୍ଣିଆ: ଭୟଙ୍କର ତୁଷାରଝଡ଼ ଓ ବନ୍ୟାରେ ଆମେରିକାର କାଲିଫର୍ଣ୍ଣିଆରେ ହଜାର ହଜାର ଲୋକ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଗତ କିଛି ଦିନ ଧରି ଜାରି ରହିଛି ପ୍ରକୃତିର ତାଣ୍ଡବ। ଲସ ଏଞ୍ଜେଲସ ସମେତ ଅନେକ ସହରରେ ଲକ୍ଷାଧିକ ଲୋକ ବିନା ବିଦ୍ୟୁତରେ କରୁଛନ୍ତି ସଂଘର୍ଷ। ପ୍ରଭାବିତ ହୋଇଛନ୍ତି ପ୍ରାୟ ୮୫ ହଜାର ପରିବାର। ଏହା ସହ ବ୍ୟବସାୟ ଓ ଜୀବନଯାତ୍ରା ମଧ୍ର କେତେକାଂଶରେ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ; କାଲିଫର୍ଣ୍ଣିଆର ଅଧିକାଂଶ ସହରରେ ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ସହର ଜଳାର୍ଣ୍ଣବ ହୋଇଛି। ତୁଷାର ଝଡ଼କୁ ଦୃଷ୍ଟିରେ ରଖି କାସକେଡ, କୋଷ୍ଟାଲ ରେଞ୍ଜ, ସିଏରା ନେଭାଦା ଆଦି ସ୍ଥାନରେ ସତର୍କତା ଜାରି କରାଯାଇଛି । ସ୍ଥିତି ଅତି ବିପଜ୍ଜନକ ହେବ ବୋଲି କହିଛି ଜାତୀୟ ପାଣିପାଗ ସେବା ବିଭାଗ । ସାଣ୍ଟା କ୍ଲାରିଟା, ଗୋଲ୍ଡେନ ଷ୍ଟେଟ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ପାହାଡରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ପ୍ରବଳ ତୁଷାରପାତ କାରଣରୁ କିଛି ରାଜପଥକୁ ବନ୍ଦ କରିଦିଆଯାଇଛି।

ଆର୍କଟିକ ଅଞ୍ଚଳରେ ଏକ ଲଘୁଚାପ କାରଣରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଇଛି। ଘଣ୍ଟାକୁ ପବନର ବେଗ ୧୧୦ କିଲୋମିଟରରୁ ଅଧିକ ହେବ ବୋଲି ସତର୍କତା ଜାରି କରାଯାଇଛି। ଜାତୀୟ ପାଣିପାଗ ସେବାର ବିଶେଷଜ୍ଞ ଏରିକ ବୋଲଟ କହିଛନ୍ତି, ଆସନ୍ତା କିଛି ଦିନ ଯାଏ ଏପରି ଅବସ୍ଥା ଲାଗିରହିବ ଏବଂ ଅଧିକରୁ ଅଧିକ ସ୍ଥାନରେ ତୁଷାରପାତ ହେବ। ସେପଟେ ନେଭାଦାରେ ବି ଜାରି ରହିଛି ତୁଷାରଝଡ଼ । ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ ଓ ରୋଗୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.