ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆମେରିକାର କାଲିଫର୍ଣ୍ଣିଆରେ ହଜାର ହଜାର ଲୋକ ଗୃହବନ୍ଦୀ

0

କାଲିଫର୍ଣ୍ଣିଆ: ଭୟଙ୍କର ତୁଷାରଝଡ଼ ଓ ବନ୍ୟାରେ ଆମେରିକାର କାଲିଫର୍ଣ୍ଣିଆରେ ହଜାର ହଜାର ଲୋକ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଗତ କିଛି ଦିନ ଧରି ଜାରି ରହିଛି ପ୍ରକୃତିର ତାଣ୍ଡବ। ଲସ ଏଞ୍ଜେଲସ ସମେତ ଅନେକ ସହରରେ ଲକ୍ଷାଧିକ ଲୋକ ବିନା ବିଦ୍ୟୁତରେ କରୁଛନ୍ତି ସଂଘର୍ଷ। ପ୍ରଭାବିତ ହୋଇଛନ୍ତି ପ୍ରାୟ ୮୫ ହଜାର ପରିବାର। ଏହା ସହ ବ୍ୟବସାୟ ଓ ଜୀବନଯାତ୍ରା ମଧ୍ର କେତେକାଂଶରେ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ; କାଲିଫର୍ଣ୍ଣିଆର ଅଧିକାଂଶ ସହରରେ ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ସହର ଜଳାର୍ଣ୍ଣବ ହୋଇଛି। ତୁଷାର ଝଡ଼କୁ ଦୃଷ୍ଟିରେ ରଖି କାସକେଡ, କୋଷ୍ଟାଲ ରେଞ୍ଜ, ସିଏରା ନେଭାଦା ଆଦି ସ୍ଥାନରେ ସତର୍କତା ଜାରି କରାଯାଇଛି । ସ୍ଥିତି ଅତି ବିପଜ୍ଜନକ ହେବ ବୋଲି କହିଛି ଜାତୀୟ ପାଣିପାଗ ସେବା ବିଭାଗ । ସାଣ୍ଟା କ୍ଲାରିଟା, ଗୋଲ୍ଡେନ ଷ୍ଟେଟ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ପାହାଡରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ପ୍ରବଳ ତୁଷାରପାତ କାରଣରୁ କିଛି ରାଜପଥକୁ ବନ୍ଦ କରିଦିଆଯାଇଛି।

ଆର୍କଟିକ ଅଞ୍ଚଳରେ ଏକ ଲଘୁଚାପ କାରଣରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଇଛି। ଘଣ୍ଟାକୁ ପବନର ବେଗ ୧୧୦ କିଲୋମିଟରରୁ ଅଧିକ ହେବ ବୋଲି ସତର୍କତା ଜାରି କରାଯାଇଛି। ଜାତୀୟ ପାଣିପାଗ ସେବାର ବିଶେଷଜ୍ଞ ଏରିକ ବୋଲଟ କହିଛନ୍ତି, ଆସନ୍ତା କିଛି ଦିନ ଯାଏ ଏପରି ଅବସ୍ଥା ଲାଗିରହିବ ଏବଂ ଅଧିକରୁ ଅଧିକ ସ୍ଥାନରେ ତୁଷାରପାତ ହେବ। ସେପଟେ ନେଭାଦାରେ ବି ଜାରି ରହିଛି ତୁଷାରଝଡ଼ । ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ ଓ ରୋଗୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.