ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଫାର୍ମା ଜଗତରେ ନିରନ୍ତର ବିକାଶ ଆଣିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ

0

ଭୁବନେଶ୍ୱର, ୦୧/୦୩: ନିୟମିତ ଭାବେ ଜ୍ଞାନ ବୃଦ୍ଧି କର ଏବଂ ବିକାଶ ପ୍ରକ୍ରିୟା ବିଷୟରେ ଅବଗତ ରହିଲେ ଭବିଷ୍ୟତରେ ଆଗକୁ ଯିବ ବୋଲି କହିଛନ୍ତି କୋଲକାତା ସ୍ଥିତ ୱିପ୍ରୋ ଡିଜିଟାଲ୍ ଅପରେସନ୍ସ ଆଣ୍ଡ ପ୍ଲାଟଫର୍ମସର ସିନିୟର ମ୍ୟାନେଜର ଡାକ୍ତର ସୁଶାନ୍ତ ସେନାପତି । ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ଓ ସେଂଟର ଫର ବାୟୋଟେକ୍ନୋଲୋଜିର ବାର୍ଷିକ ଉତ୍ସବ “ଆମିଟି -୨୦୨୩”ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ସେନାପତି ।

ଡାକ୍ତର ସେନାପତି, ଯିଏ କି ପେସାରେ ଜଣେ ଡାକ୍ତର, ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମାନେ କେବେହେଲେ ଗୋଟିଏ କମ୍ପାନୀରେ କାମ କରୁଛନ୍ତି ବୋଲି ନ ଭାବି ବରଂ ସମାଜ ତଥା ନିଜ ପରିବାରର ସଦସ୍ୟଙ୍କ ପାଇଁ କାମ କରୁଛନ୍ତି ବୋଲି ଭାବି କାର୍ଯ୍ୟ ଜାରୀ ରଖନ୍ତୁ । ବିଶିଷ୍ଟ ସାହିତ୍ୟିକା ତଥା ଗାୟିକା ଶ୍ରୀମତି ଛନ୍ଦା ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏସ୍‌ପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ଲକ୍ଷ୍ମୀଧର ମହାରଣା ଏହାକୁ ପରିଚାଳନା କରିଥିଲେ ।

ଶ୍ରୀମତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ନିଜ ମଧ୍ୟରେ ଥିବା ଉତମ ଗୁଣଗୁଡ଼ିକୁ ପ୍ରସ୍ଫୁଟିତ କରିବା ସହ କ୍ରୋଧ ଓ ଆଳସ୍ୟ ପରିହାର କରିବା ଆବଶ୍ୟକ ବୋଲି କହିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରକାଶିତ ପତ୍ରିକା “ଆରୋଣ”କୁ ଉନ୍ମୋଚନ କରାଯାଇଥିଲା ।

Leave A Reply

Your email address will not be published.