ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବିଧାୟକଙ୍କ ଭଳି ସାଂସଦ ବି ରହୁନାହାନ୍ତି ସଂସଦରେ

0
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥାନ ପାଇଁ କହିଥିଲେ
  • ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ ସଂପର୍କରେ ଜଣାଇଲେ ରାଜନାଥ

ଭୁବନେଶ୍ବର: ଗୃହରେ ବିଧାୟକମାନଙ୍କ ଅନୁପସ୍ଥିତି େନଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ବିଜେଡି ବିଧାୟକମାନଙ୍କ ପାଇଁ ଉପସ୍ଥାନ ଖାତା ବ୍ୟବସ୍ଥା କରାଯାଇଥିଲା। ଏହା ସତ୍ତ୍ବେ ବିଧାନସଭା ଉପରେ ବିଶେଷ ପ୍ରଭାବ ପଡିଲା ନାହିଁ।

ଠିକ୍ ଏମିତି ସମୟରେ ସଂସଦରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଏହାକୁ ନେଇ କେବଳ ଚିନ୍ତିତ ନୁହେଁ, ଅତ୍ୟନ୍ତ ବିରକ୍ତ ବୋଲି ଆଜି ଜଣାପଡିଛି। ବିଜେପି ସାଂସଦମାନେ ସଂସଦ ଅଧିବେଶନ ଚାଲିଥିବା ବେଳେ ଗୃହରେ କ୍ରମାଗତ ଭାବେ ଅନୁପସ୍ଥିତ ରହିବା ଘଟଣାରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ‌ଗୃହରେ ଅନୁପସ୍ଥିତ ନ ରହିବାପାଇଁ ମୋଦୀ ସାଂସଦମାନଙ୍କୁ ବାରମ୍ବାର ଚେତାବନୀ ଦେଇଥିଲେ ମଧ୍ୟ ଅନେକ ସାଂସଦ ଏହାକୁ ଅତି ହାଲୁକା ଭାବେ ନେଇଛନ୍ତି। ତେବେ ଆଗକୁ ସଂସଦରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆସିବାକୁ ଥିବାରୁ ସମସ୍ତ ବିଜେପି ସାଂସଦ ଗୃହ‌ରେ ଉପସ୍ଥିତ ରହିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବିଜେପି ସଂସଦୀୟ ଦଳର ସପ୍ତାହିକ ବୈଠକରେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ମନର ଭାଷା ଆଜି େକନ୍ଦ୍ରମନ୍ତ୍ରୀ ରାଜନାଥ ସାଂସଦଙ୍କୁ ଜଣାଇ ଦେଇଥିଲେ। ଅତ୍ୟନ୍ତ କଠୋରତା ସହିତ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ପରେ ବି ସାଂସଦମାନେ ଗୃହରେ ଅନୁପସ୍ଥିତ ରହୁଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଭୀଷଣ କ୍ଷୁବ୍ଧ ଅଛନ୍ତି। ଏଥିରେ ସୁଧାର ଆଣିବା ଲାଗି ସେ ପ୍ରବର୍ତାଇଥିଲେ। ରାଜନାଥ ଆହୁରି କହିଥିଲେ ଯେ ଗୃହରେ ସାଂସଦମାନେ ବିରୋଧୀ ଦଳକୁ ଜବାବ ଦେବାକୁ ଯାଇ କଂଗ୍ରେସ ଭଳି ଆଚରଣ ପ୍ରଦର୍ଶନରୁ ନିବୃତ୍ତ ରହିବା ଆବଶ୍ୟକ। ଏହା ଆଦୌ ଶୋଭନୀୟ ନୁହେଁ। କେବଳ ରାଜନାଥ ନୁହେଁ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ସମସ୍ତ ସାଂସଦମାନଙ୍କୁ ଗୃହକାର୍ଯ୍ୟରେ ଭାଗ ନେବାପାଇଁ ଅନୁରୋଧ କରିଥିଲେ।

Leave A Reply

Your email address will not be published.