ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ସିନିୟର ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସୋଆ ଆଇନ୍ ଛାତ୍ରୀଙ୍କ ପ୍ରତିନିଧିତ୍ୱ

0

ଭୁବନେଶ୍ୱର, ୨୦/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଇନ୍‌ଟିଗ୍ରେଟେଡ୍ ଲ’ର ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ପାୟଲ୍ ପାଣୀ ଜମ୍ମୁଠାରେ ସୋମବାର ଆରମ୍ଭ ହୋଇଥିବା ୮୪ତମ ସିନିୟର ନ୍ୟାସ୍‌ନାଲ୍ ଓ ଇନ୍‌ଟର ଷ୍ଟେଟ୍ ଟେବୁଲ ଟେନିସ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି ।

ପାୟଲ ପୂର୍ବରୁ ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ବେଳେ ପ୍ରଥମ ଥର ପାଇଁ ସିନିୟର୍ ଟିମ୍ ନିମନ୍ତେ ମନୋନୀତ ହୋଇଛନ୍ତି । ସେ ଉଭୟ ସିଙ୍ଗଲ୍‌ସ ଏବଂ ଡବଲ୍ସରେ ଖେଳିବେ ।“ମୁଁ ସିନିୟର ଷ୍ଟେଟ୍ ଟିମ୍‌କୁ ପ୍ରତିନିଧିତ୍ୱ କରୁଥିବାରୁ ଖୁବ ଉତ୍ସାହିତ ଅଛି ଓ ଭଲ ପ୍ରଦର୍ଶନ ନିମନ୍ତେ ଖୁବ୍ ଆଶାବାଦୀ ଅଛି” ବୋଲି ସେ କହିଛନ୍ତି ।

Leave A Reply

Your email address will not be published.