ପ୍ରମୁଖ ଖବର

ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ ମଧ୍ୟବିତ୍ତ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇ ବ୍ରହ୍ମାବିଷ୍ଣୁ ଲେଖାଇଲେ ମୁଖ୍ୟମନ୍ତ୍ରୀ
ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ

କଳ୍ପନା ‌ଛକ ପେ‌ଟ୍ରୋଲ ପମ୍ପରେ ବୁଲିଲା ଖଣ୍ଡା

0

ଭୁବନେଶ୍ୱର: କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଆଜି ସନ୍ଧ୍ୟାରେ ଖଣ୍ଡା ବୁଲିଛି | କଳ୍ପନା ଛକରେ ଥିବା କଳ୍ପନା ଜୟ ଅଟୋ ସେଣ୍ଟରରେ ପେଟ୍ରୋଲ ପକାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି | ୩ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବାବେଳେ ପେଟ୍ରୋଲ ପମ୍ପର ଏକାଧିକ କର୍ମଚାରୀ ଆହତ ହୋଇଛନ୍ତି ।

ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଦୀର୍ଘ ସମୟ ଧରି ଆତଙ୍କ ରଚିଥିବାବେଳେ ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିଥିଲେ । ଆକ୍ରମଣ କରିଥିବା ଯୁବକଙ୍କୁ ପୁଲିସ ଜିମା ଦିଆଯାଇଥିବାବେଳେ ସିସିଟିଭିରେ ପୁରା ଘଟଣା ରେକର୍ଡ ହୋଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଂଚି ଉକ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରି ଛାନଭିନ ଚଳାଇଛି। 

Leave A Reply

Your email address will not be published.