ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ନିଜ ଗୋଡକୁ ନିଜେ ହାଣିଲେ

0
  • ରାଜ୍ୟ କ୍ୟାବିନେଟ୍ ଅନୁମତି ଦେଇସାରିଛନ୍ତି
  • ମନ୍ତ୍ରୀ କହିଲେ ପିଏମ୍ କିଷାନ-କାଳିଆ ସମ୍ମେଳନ ହେବ
  • କିନ୍ତୁ କାଳିଆ ଯୋଜନା ଚାଲିବ
  • ମନ୍ତ୍ରୀଙ୍କ ମନ୍ତବ୍ୟ ଯଦି ଠିକ୍ସ,ତେବେ ସମ୍ମେଳନ କାହିଁକି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ଦେବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିଲେ। କାଳିଆ ଯୋଜନାରେ ରାଜ୍ୟ ସରକାର ୧୦ ହଜାର ଟଙ୍କା ଦେଉଛନ୍ତି। ଏବେ ଦ୍ବିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ ଜାରି ରହିଛି। କିନ୍ତୁ ଏ ମଧ୍ୟରେ ରାଜ୍ୟ କ୍ୟାବିନେଟ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯେ କାଳିଆ ଓ ପିଏମ୍ କିଷାନ ଯୋଜନା ମିଶିଯିବ। ୧୬ ହଜାର ଟଙ୍କା ବଦଳରେ ଆସନ୍ତା ଆର୍ଥିକବର୍ଷରୁ ଚାଷୀ ପାଇବେ ୧୦ ହଜାର ଟଙ୍କା। କାଳିଆ ଯୋଜନା ସଙ୍କୁଚିତ ହୋଇଯିବ ଓ ରାଜ୍ୟ ସରକାର ଏହି ଯୋଜନାରେ ୧୦ ହଜାର ଟଙ୍କା ବଦଳରେ ୪ ହଜାର ଟଙ୍କା ଦେବେ। ବାକି ୬ହଜାର ଟଙ୍କା ପିଏମ୍ କିଷାନ କାର୍ଯ୍ୟକ୍ରମରୁ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଭୂମିହୀନଙ୍କ ଲାଗି ପିଏମ୍ କିଷାନ ଯୋଜନାରେ କୌଣସି ବ୍ୟବସ୍ଥା ନାହିଁ। ଏଣୁ ଏ କ୍ଷେତ୍ରରେ ରାଜ୍ୟ ସରକାର ଚାଷୀଙ୍କୁ ୧୨ହଜାର ୫୦୦ ଟଙ୍କା ଦେବା ଲାଗି ଯେଉଁ ଘୋଷଣା କରିଥିଲେ, ତାହା ପୂର୍ବଭଳି ଜାରି ରହିବ।

ଏ ପ୍ରସଙ୍ଗରେ ଏଯାଏ ଚୁପ୍ ଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ରବିବାର ଗଣମାଧ୍ୟମ ସାମ୍ନାରେ ସ୍ବୀକାର କରିଛନ୍ତି ଯେ ପିଏମ୍ କିଷାନ୍ ଓ କାଳିଆ ଯୋଜନା ମିଶିଯିବ। ହେଲେ କାଳିଆ ଯୋଜନା ସଙ୍କୁଚିତ ହେବ ବୋଲି ନ କହି କାଳିଆ ଯୋଜନା ଚାଲୁ ରହିବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କର ଏହି ଧାଡିକିଆ ମନ୍ତବ୍ୟ ସରକାରଙ୍କୁ ଆଗକୁ କାଠଗଡାକୁ ଟାଣିବ ବୋଲି ରାଜନୈତିକ ମହଲ ମତ ପ୍ରକାଶ କଲେଣି। ସାଧାରଣ ଲୋକଙ୍କ ନିକଟରେ ସିଧା ସିଧା ତଥ୍ୟ ରଖି ବିଭ୍ରାନ୍ତ ଦୂର କରିବା ପରିବର୍ତେ ବିଜେଡି ନେତା ଓ ମନ୍ତ୍ରୀଙ୍କର ଅଙ୍କାବଙ୍କା କଥାବାର୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁବେଳେ ବିପଜ୍ଜନକ ହୋଇଛି। ଅତୀତରେ କାଳିଆ କେଳେଙ୍କାରୀ ଘଟଣାରେ ବି ମନ୍ତ୍ରୀଙ୍କର ମନ୍ତବ୍ୟ କାଳିଆ ଯୋଜନାର ସୁନାମକୁ ପଣ୍ଡ କରିଦେଇଥିଲା।

ଏହି ମହଲର କହିବା କଥା ହେଉଛି, ଦୁଇ ଦୁଇଟି ଯୋଜନା ପୃଥକ୍ ଭାବେ ଚାଲିବା ଅପେକ୍ଷା ଗୋଟିଏ ଯୋଜନା ଚାଲୁ ରହିବା ଆଦୌ ଅଯୌକ୍ତିକର କଥା ନୁହେଁ। ନିର୍ବାଚନ ପୂର୍ବର ବାତାବରଣ ଏବେ ନାହିଁ। କିନ୍ତୁ ଚାଷୀଙ୍କ ନିକଟରେ ଠିକ୍ ବାର୍ତ୍ତା ନ ପହଞ୍ଚିଲେ ୫୦ଲକ୍ଷ ପରିବାରରେ ସରକାର ବିରୋଧରେ ଏକ ଭୁଲ ବାତାବରଣ ପାଇଁ ଖୋରାକ ଯୋଗାଇବ। ସରକାର ଉଭୟ ଯୋଜନା ମିଶ୍ରଣ ସଂପର୍କରେ ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ଏବେ ଉଭୟ ଦଳ ଏଥିରୁ ଲାଭ ଗୋଟାଇବା ପାଇଁ ଚେଷ୍ଟା କରିବେ। ଏଭଳିସ୍ଥଳେ ଚାଷୀର ତିରୋଟ ସମୟରେ କାଳିଆ ଯେଭଳିି ସଞ୍ଜୀବନୀ ହୋଇଥିଲା ଓ ଲୋକପ୍ରିୟତା ଗୋଟାଇଥିଲା, ତାହା ପ୍ରଭାବିତ ହେବାର ଆଶଙ୍କା ରହିଛି।

ଜଣେ ପୂର୍ବତନ ପ୍ରଶାସକ କହିଛନ୍ତି, କାଳିଆ ଯୋଜନା ପାଇଁ ଅର୍ଥ ବାଧକ ଯେତେବଡ଼ କଥା ନୁହେଁ, କେନ୍ଦ୍ର ସରକାର ତାଙ୍କ ଯୋଜନା କାର୍ଯ୍ୟକାରୀ କରିବା ଲାଗି ବାରମ୍ବାର ଚାପ ପକାଇବା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ଅପେକ୍ଷା କରୁଥିଲା। ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଏହି ନିଷ୍ପତ୍ତି ନେଇଛନ୍ତି, ଯାହା ସଂଘୀୟ ବ୍ୟବସ୍ଥାର ଏକ ଲକ୍ଷଣ। କିନ୍ତୁ ଏହି ଯୋଜନାରେ କାହାର ଭାଗ କେତେ ବା କାଳିଆକୁ ବଡ କରି ପିଏମ୍ କିଷାନକୁ ଛୋଟ କରିବା ନେଇ ଯଦି ରାଜ୍ୟ ବା କେନ୍ଦ୍ର ସରକାରୀସ୍ତରରେ କସରତ ଚାଲେ, ତେବେ ଉଭୟ ଦଳ ଏଥିରେ କ୍ଷତିଗ୍ରସ୍ତ ହେବେ, ବେଶୀ ବିଜେଡି ସରକାର ପାଇଁ ବିପଦ। କାରଣ ପରିବର୍ତିତ ବ୍ୟବସ୍ଥା ସଂପର୍କରେ ଯାହା ଗଣମାଧ୍ୟମରେ କୁହାଯାଉଛି,ତାହା ଯଦି ଠିକ୍ ତେବେ କେନ୍ଦ୍ର ୬ ହଜାର ଟଙ୍କା ଦେବ ବୋଲି କହିଥିଲା, ଯାହା ଏବେ ବି ଚାଷୀ ପାଇବେ। ମାତ୍ର ରାଜ୍ୟ ସରକାରଙ୍କ ୧୦ ହଜାର ଟଙ୍କା କମି ୪ ହଦଜାର ଟଙ୍କା ହେବ। ସେହିଭଳି ଭୂମିହୀନଙ୍କ ଲାଗି କେନ୍ଦ୍ର କୌଣସି ବ୍ୟବସ୍ଥା କରିନଥିଲା, ଯାହା ରାଜ୍ୟ ସରକାର କରିଛନ୍ତି। ଏଣୁ ଉଭୟଙ୍କ ଯୋଗଦାନ ପ୍ରାୟତଃ ସମାନ ରହିଥିବା କାରଣରୁ ସରକାର ଏହାକୁ ନେଇ ବିଭ୍ରାନ୍ତ ବଢାଇବା ଉଚିତ୍ ନୁହେଁ, ଯେଉଁଥିପାଇଁ ସାଧାରଣରେ ସରକାର ବିରୋଧରେ ଭୁଲ ବାର୍ତା ଯିିବ।

Leave A Reply

Your email address will not be published.