ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ମହିଳା କମିସନ ଆଇନ ଦୁର୍ବଳ ନୁହେଁ, ତଥାପି…

0

ଆଉ କେତେ ଦୁଷ୍କର୍ମ ଘଟଣା ଘଟିଲେ, ସମସ୍ତେ ଚେତିବେ?

ଭୁବନେଶ୍ବର: ବହୁଚର୍ଚ୍ଚିତ ସ୍ମିତାରାଣୀ ମାମଲାରେ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରାଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣିଥିଲା। ଦଳର ନେତାମାନେ ବିଧାନସଭା ବାହାରେ କହିଥିଲେ, ବିରୋଧୀ ଦଳ ନେତା ନିଜେ ବିଧାନସଭା ଭିତରେ ଏହି ସାମ୍ବିଧାନିକ ପଦବିର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ।

ବିଜେପିର ଏହି ଅଭିଯୋଗକୁ ନେଇ ଆଉ ରାଜ୍ୟ ରାଜନୀତିରେ ସେଭଳି ଝଡ ନାହିଁ। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହିଳା, ନାବାଳିକା ଦୁଷ୍କର୍ମ ଘଟଣା ବଢି ଚାଲୁଥିବା ବେଳେ କମିସନର ଭୂମିକା ନେଇ ସବୁ ମହଲରେ ପ୍ରଶ୍ନ ଉଠିଲାଣି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହିଳା କମିସନ ଅଧ୍ୟକ୍ଷା ମୟୂରଭଂଜ ଠାରୁ ଆରମ୍ଭ କରି ପୁରୀ ଓ ଗୁରୁବାର ଖଣ୍ଡଗିରି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ପୁରୀ ଓ ଭୁବନେଶ୍ବରରେ ସେ ପୀଡିତାଙ୍କୁ ଭେଟିଛନ୍ତି। ହେଲେ କମିସନ ଏସବୁ ମାମଲା ଉପରେ କି ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି, ତାହା କେହି ଜାଣିପାରୁନାହାନ୍ତି।

ମୟୂରଭଂଜରେ ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଆତ୍ମହତ୍ୟା କରିବା ଘଟଣା ଅନ୍ୟ ସବୁ ଘଟଣା ଅପେକ୍ଷା ସାଂଘାତିକ। ଏହି ଘଟଣାରେ ପୀଡିତା ଥାନାରେ ଏତଲା ଦେଇ ନ୍ୟାୟ ପାଇବା ପାଇଁ ମାସେ ଅପେକ୍ଷା କଲେ। ମାସକ ପରେ ବି ତାଙ୍କୁ ନ୍ୟାୟ ମିଳିଲାନି, ଯାହା ସେ ମରିବାର ୧୨ ଘଣ୍ଟା ଭିତରେ ହେଲା। କେବଳ ସେତିକି ନୁହେଁ, ପୀଡିତା ଏ ସଂପର୍କରେ ଜିଲ୍ଲା ଏସପିଙ୍କ ସହିତ ବି ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଆଲୋଚନା କଲେ। ହେଲେ ଏସପି ତାଙ୍କୁ ବିଶ୍ବାସ ଦେଇପାରିଲେ ନାହିଁ ଯେ ଅଭିଯୁକ୍ତ ନିଶ୍ଚିତ ଦଣ୍ଡିତ ହେବେ ଓ ତାଙ୍କୁ ନ୍ୟାୟ ମିଳିବ। ଯେଉଁଥିପାଇଁ ସେ ଆତ୍ମହତ୍ୟା କଲେ। ଏହି ଗୋଟିଏ ଘଟଣା ସୂଚାଇ ଦେଉଛି, ସଂପୃକ୍ତ ପୀଡିତା ନ୍ୟାୟ ବ୍ୟବସ୍ଥା ଉପରେ ତଥା ରାଜ୍ୟ ସରକାରଙ୍କ ଉପରେ କେତେ ଆସ୍ଥା ରଖିଥିଲେ। କିନ୍ତୁ ଆମ ବ୍ୟବସ୍ଥା ନ୍ୟାୟ ଦେବାରେ ଅକ୍ଷୟ ହେଲ। ସେହି ବ୍ୟବସ୍ଥା କିନ୍ତୁ ତାଙ୍କ ଆତ୍ମହତ୍ୟା ପରେ ଏତେ ସକ୍ରିୟ ହେଲା କେମିତି, ତାହା ଏକ ବଡ ପ୍ରଶ୍ନ। ହେଲେ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜ୍ୟ ସରକାର ସଂପୃକ୍ତ ଏସପିଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ତା ଠାରୁ ଆହୁରି ବଡ଼ ଲଜ୍ଜାକର ଘଟଣା ହେଉଛି, ମହିଳା କମିସନ ମଧ୍ୟ ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ନେଲେ, ତାହା ରାଜ୍ୟବାସୀ ଜାଣିପାରିଲେ ନାହିଁ।

ସ୍ମିତାରାଣୀ ମାମଲାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାଜପୁର ଜିଲ୍ଲା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ ଯଦି ଠିକ୍, ତେବେ ସେ ରୂପେଶ ଭଦ୍ର ବିରୋଧରେ ଲଗାଇଥିବା ଦଫା ଭୁଲ ବୋଲି ଆଇନଜ୍ଞମାନେ କହୁଛନ୍ତି। ଯଦି ଦଫା ଠିକ୍, ତେବେ ଏସପି ସମସ୍ତଙ୍କୁ ବିଭ୍ରାନ୍ତ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ଏସପିଙ୍କ ବିରୋଧରେ କମିସନ କି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି, ତାହା ମଧ୍ୟ ପଦାକୁ ଆସିନାହିଁ।

ଗୁରୁବାର ଖଣ୍ଡଗିରି ପୀଡିତାକୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁରୀ ଓ ଖଣ୍ଡଗିରି ମାମଲାରେ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ। ହେଲେ ଏଥିରେ କଣ ପୀଡିତା ନ୍ୟାୟ ପାଇବ? ମହିଳା କମିସନ ବ୍ୟବସ୍ଥା କଣ ଏଇଥିପାଇଁ ଗଠନ କରାଯାଇଥିଲା? ଯଦି ମହିଳାମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଥିବା କମିସନ ଖୋଦ୍ ମହିଳାଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଏଭଳି କାର୍ଯ୍ୟ କରେ, ତେବେ କିଏ ସେମାନଙ୍କୁ ସୁରକ୍ଷା ଦେବ?

Leave A Reply

Your email address will not be published.