ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

‘ମାଷ୍ଟରଶେଫ୍ ଇଣ୍ଡିଆ-୭’ ର ବିଜେତା ହେଲେ ନୟନଜ୍ୟୋତି ସୈକିୟା

0

ମୁମ୍ବାଇ; ଲୋକପ୍ରିୟ କୁକିଙ୍ଗ ରିୟାଲିଟି ଶୋ’ ‘ମାଷ୍ଟରଶେଫ୍ ଇଣ୍ଡିଆ-୭’ ର ବିଜେତା ହେଲେ ଆସାମର ନୟନଜ୍ୟୋତି ସୈକିୟା। ନୟନଜ୍ୟୋତି ଶୋ’ରେ ନିଜର ଦମଦାର କୁକିଙ୍ଗ ଦକ୍ଷତା ସହ ନିଜର ନିଷ୍ଠାକୁ ପ୍ରମାଣିତ କରିପାରିଛନ୍ତି । ସପ୍ତାହେ ଧରି ଅନେକ ଚ୍ୟାଲେଞ୍ଜକୁ ସାମନା କରି ସେ ଆଜି ଏହି ପଦ ପାଇଁ ବିବେଚିତ ହୋଇପାରିଛନ୍ତି ।

ସୂଚନାଯୋଗ୍ୟ, ‘ମାଷ୍ଟରଶେଫ୍ ଇଣ୍ଡିଆ ଶୋ’ରେ ମୋଟ ୩୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ବଛାଯାଇଥିଲା । ୧୬ ଜଣଙ୍କ ମଧ୍ୟରୁ ପୁଣି ୭ ଟପ୍ ପ୍ରତିଯୋଗୀଙ୍କୁ ଚୟନ କରାଗଲା । ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହି ମାଷ୍ଟରଶେଫ୍ ଇଣ୍ଡିଆର ବିଜେତା ହୋଇପାରିଛନ୍ତି । ଏହି କୁକିଙ୍ଗ ରିଆଲିଟି ଶୋ’ରେ ନୟନଜ୍ୟୋତିଙ୍କୁ ଚମକୁଥିବା ଟ୍ରଫି ମିଳିବା ସହ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି ।

ତେବେ ଶୋ’ର ପ୍ରଥମ ରନର୍ସଅପ୍ ଆସାମର ସନ୍ତାସ ରମାହ ହୋଇଥିବାବେଳେ ମୁମ୍ବାଇର ସୁବର୍ଣ୍ଣା ବାଗୁଲ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି । ଏହି ଦୁଇ ରନର୍ସଅପ୍ଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ମିଳିଛି। 

Leave A Reply

Your email address will not be published.