ଭୁବନେଶ୍ୱର: ରାଜ୍ୟ ସରକାର ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କୁ ନିୟମିତ କରିଛନ୍ତି । ଚୁକ୍ତିଭିତ୍ତିକ ଓ ଇନିସିଆଲ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ଚାକିରି ନିୟମିତ ହେବ। ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିଛି ଗଣଶିକ୍ଷା ବିଭାଗ । ଏହାଦ୍ବାରା ଉପକୃତ ହେବେ ୧୮ହଜାରରୁ ଅଧିକ ହାଇସ୍କୁଲ ଶିକ୍ଷକ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନିୟମିତ କରିବାକୁ ବହୁ ଦିନରୁ ଶିକ୍ଷକମାନେ ଦାବି କରୁଥିଲେ । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରୁ ଫେରି ସମସ୍ୟା ସମ୍ପର୍କରେ ଆଲୋଚନା କରି ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦାବି ପୂରଣ ହୋଇଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିକ୍ଷକ ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ରାଜ୍ୟର ପ୍ରାୟ ୧୮ହଜାରରୁ ଅଧିକ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକମାନେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । ରାଜ୍ୟ ସରକାର ଚୁକ୍ତିଭିତ୍ତିକ ବ୍ୟବସ୍ଥା ଉଚ୍ଛେଦ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିନଥିଲେ ।