ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବନ୍ଧା ହେଲେ ତନ୍ତ୍ର ସାଧକ ବିପିନ ରାଉତରାୟ

0

ଖୋର୍ଦ୍ଧା: ଶେଷରେ ନିଜକୁ ଭୂତ ସଭାପତି ଦାବି କରୁଥିବା ତନ୍ତ୍ର ସାଧକ ଗିରଫ ହେଲେ। ବିପିନ୍ ରାଉତରାୟଙ୍କୁ ବାନ୍ଧିଲା ଖୋର୍ଦ୍ଧା ପୁଲିସ । ଜାମିନ୍ ନାମଞ୍ଜୁର ପରେ ଗଲେ ଜେଲ। ଦୁଇ ଦୁଇଟି ମାମଲାରେ ଭୂତଙ୍କ ସଭାପତି ଜ୍ୟୋତିଷ ବିପିନ ରାଉତରାୟକୁ ବାନ୍ଧିଲା ପୁଲିସ୍ । ଗିରଫ ପରେ ତାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ ।

ବିପିନ ରାଉତରାୟ ନିଜକୁ ଭୂତମାନଙ୍କ ସଭାପତି କହି ଗଣମାଧ୍ୟମରେ ଥିଲେ ଚର୍ଚ୍ଚାରେ । ୨୦୧୩ ମସିହାରେ ନିଜ ଭାଇ ଏବଂ ୨୦୧୬ରେ ଆଉ ଜଣେ ସମ୍ପର୍କୀୟକୁ ଗୁଳି ମାରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା । ପୈତୃକ ସମ୍ପତିକୁ ନେଇ ବିପିନ ତାଙ୍କୁ ୨୦୧୩ରେ ଗୁଳି ମାରି ପଙ୍ଗୁ କରିଦେଇଛି । ସେ ଏବେବି ଉଠି ପାରୁନାହାନ୍ତି । ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି।

ଦୁଇଟି ଗୁଳିମାଡ଼ ଘଟଣାରେ ତା ନାଁରେ ଥିଲା ଜାମିନ ବିହିନ ଗିରଫ ପରଓ୍ବାନା । ଗତକାଲି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁରରୁ ତାକୁ ଗିରଫ କରିଛି ପୋଲିସ୍ । ଗୁଳିମାଡ଼ ମାମଲାରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ତାଙ୍କ ଗିରଫଦାରି ପରେ ତାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି।

Leave A Reply

Your email address will not be published.