ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍ ସେସନ୍-୨ ପରୀକ୍ଷା ଫଳ । ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ଫଳାଫଳ ପ୍ରକାଶ ପାଇଛି । ସର୍ବଭାରତୀୟସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲ ସ୍କୋର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଟପ ରାଙ୍କର ପ୍ରାୟ ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡଭାନ୍ସଡ୍ ) ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ପରୀକ୍ଷାରେ ୪୩ ଜଣ ରଖିଛନ୍ତି ୧୦୦ ପ୍ରତିଶତ ମାର୍କ । ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ମୋଟ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଓବିସି-ଏନସିଏଲ କାଟେଗୋରୀରେ ଟପର ହୋଇଛନ୍ତି ଆଲାମ ସୁଜୟ । ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୁଣ୍ଡିନ୍ୟ ସର୍ବଭାରତୀୟସ୍ତରରେ ଟପ୍ପର ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର କାଲ୍ଲାକୁରି ସାଇନାଥ ଶ୍ରୀମନ୍ତ ୨ୟ ସ୍ଥାନ ହାସଲ କରିଛନ୍ତି । ରାଜସ୍ଥାନ ଇଶାନ ଖଣ୍ଡେଲଓ୍ବାଲ ୩ୟ ସ୍ଥାନରେ ଅଛନ୍ତି । ଭୁବନେଶ୍ବରର ଛାତ୍ରୀ ପ୍ରିୟଙ୍କା ସର ୯୯.୯୮ ପର୍ସେଣ୍ଟାଇଲ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଜେଇଇ (ମେନ) ସେସନ-୨ ପରୀକ୍ଷା ଚଳିତ ମାସ ୬,୮,୧୦,୧୧,୧୨,୧୩ ଓ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର୍ଥୀମାନେ ଜେଇଇ (ମେନ) ରେଜଲ୍ଟ ୱେବସାଇଟ jeemain.nta.nic.in ରେ କ୍ଲିକ କରି ନିଜର ଆପ୍ଲିକେସନ ନଂ ଓ ଜନ୍ମ ତାରିଖ ଓ ଅନ୍ୟ ବିବରଣୀ ପ୍ରଦାନ କରି ପରୀକ୍ଷା ଫଳ ପାଇପାରିବେ ।