ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବାନ୍ଧିଲା ପୁଲିସ

0

ଇସ୍ଲାମବାଦ : ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଆଜି ସେ ଗୋଟିଏ ମାମଲାରେ ଇସଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଯାଉଥିଲେ। କିନ୍ତୁ କୋର୍ଟ ବାହାରେ ହିଁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଏହାକୁ ନେଇ ତାଙ୍କ ଦଳ ପିଟିଆଇର କର୍ମୀ ଓ ନେତାମାନେ ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି।

ସୂଚନାଯୋଗ୍ୟ; ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା  ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି ।  ତାଙ୍କୁ ଇସ୍ଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି । ଇମ୍ରାନ ଏକ ମାମଲାର ଶୁଣାଣିରେ ଯୋଗ ଦେବାକୁ ହାଇକୋର୍ଟ ଆସିଥିବାବେଳେ ତାଙ୍କୁ ରେଞ୍ଜର୍ସ ପକ୍ଷରୁ ଗିରଫ କରାଯାଇଥିଲା ।

ହାଇକୋର୍ଟ ପରିସରରୁ ଇମ୍ରାନଙ୍କୁ ଗିରଫ କରାଯାଇଥିବାରୁ ହାଇକୋର୍ଟ ମୁଖ୍ୟ ବିଚାରପତି ଆମିର୍ ଫାରୁକ୍ ଅସନ୍ତୋଷ ପ୍ରକାଶ କରିବା ସହ ୧୫ ମିନିଟ ମଧ୍ୟରେ କୋର୍ଟରେ ହାଜର ହେବାକୁ ଇସ୍ଲାମାବାଦ ପୁଲିସ ମୁଖ୍ୟ, ଆଭ୍ୟନ୍ତରୀଣ ମନ୍ତ୍ରାଳୟର ସଚିବ ଓ ଅତିରିକ୍ତ ଆଟର୍ଣ୍ଣି ଜେନେରାଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁଲିସ ମୁଖ୍ୟ ୧୫ ମିନିଟ ମଧ୍ୟରେ ହାଜର ନହେଲେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ବି ସମନ ପଠାଇବାକୁ ମୁଖ୍ୟ ବିଚାରପତି କହିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ କୋର୍ଟରେ ହାଜର ହେବାକୁ ଇମ୍ରାନଙ୍କ ଗାଡ଼ି କୋର୍ଟ ପରିସର ମଧ୍ୟରେ ପ୍ରବେଶ କରିବା ପରେ ପୁଲିସ ଗାଡ଼ିଗୁଡ଼ିକ ହାଇକୋର୍ଟ ଗେଟକୁ ବନ୍ଦ କରିଦେବା ସହ ତାଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.