ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସମ୍‌ରେ ବୁଧବାର ଠାରୁ ଦୁଇ ଦିନିଆ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମ ଜୋନାଲ୍‌ ଟାକ୍ସଫୋର୍ସ ବୈଠକ ଆରମ୍ଭ

0

ଭୁବନେଶ୍ୱର ମେ ୧୭: ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍‌ ଟାକ୍ସଫୋର୍ସ ବୈଠକ ଆସନ୍ତା ମେ ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଆୟୋଜିତ ହେବ ।

ଦେଶରେ ଟିବି ଭଳି ବ୍ୟାଧିକୁ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ମୁଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଜାତୀୟ ସ୍ତରରେ ଯୋଜନାମୂଳକ କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ବୈଠକ ବେଶ ଗୁରୁତ୍ୱ ବହନ କରେ ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ପଲ୍‌ମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା କହିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବଣାଳୟ ପକ୍ଷରୁ ପ୍ରଧାନମବୀ ଟିବିମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଟିବିର ମୂଳୋତ୍ପାଟନ ନେଇ ଅନେକ କାର୍ଯ୍ୟ ଜାରି ରହିଥିବା ପ୍ରଫେସର ଜେନା କହିଛନ୍ତି । ଏହା ବ୍ୟତୀତ ଜନସାଧାରଣକୁ ଅବଗତ କରିବା ଲକ୍ଷ୍ୟରେ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ମଧ୍ୟ କରାଯାଉଥିବା ପ୍ରଫେସର ଜେନା କହିବା ସହ ଏନ୍‌ଟିଇପି ଅଧିନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଟିବି ରୋଗୀମାନଙ୍କୁ ପୋଷଣଯୁକ୍ତ
ଖାଦ୍ୟ ଦେବା ଉଦ୍ଦେଶ୍ୟରେ ମାସିକ ୨୫୦୦ ଟଙ୍କା ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି ।

ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ଟାକ୍ସଫୋର୍ସର କାର୍ଯ୍ୟଧାରାକୁ ଅନୁଧ୍ୟାନ କରିବା, ଅଧିକ ରୋଗୀ କିଭଳି ଚିକିତ୍ସା ପାଇଁ ଆସିବେ ସେଭଳି ପରିସ୍ଥିତିକୁ ସଠିକ କରିବା, ଏଲ୍‌ଟିବିଆଇ ମ୍ୟାନେଜମେଂଟ ଭଳି ନୂତନ ନିୟମକୁ ଲାଗୁ କରିବା ଏବଂ ଜନସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମେଡିକାଲ୍ କଲେଜଗୁଡ଼ିକ ମଧ୍ୟରେ ଟିବି ରୋଗୀଙ୍କ ଚିହ୍ନଟ ଏବଂ ଚିକିତ୍ସା ନେଇ ସମନ୍ୱୟ ରଖିବା ବୋଲି ପ୍ରଫେସର ଜେନା କହିଛନ୍ତି ।

Leave A Reply

Your email address will not be published.