ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବିଜେପି ଚାହିଁଲା, ବିଜେଡି ଦେଲା

0
  • ନାଗରିକତା ବିଲ୍କୁ ସମର୍ଥନ ଦେବ ବିଜେଡି, ହ୍ବିପ୍ ଜାରି ହୋଇପାରେ
  • ଦେଶରେ ମୋଦୀଙ୍କର ସବୁଠାରୁ ବିଶ୍ବାସଯୋଗ୍ୟ ଦଳ ହେଉଛି ବିଜେଡି
  • ବିଜେଡି ପାଇଁ କମ୍, ବିଜେପି ପାଇଁ ଏବେ ନବୀନଙ୍କ ସମର୍ଥନ ବେଶୀ ଲୋଡା
  • ସଂଖ୍ୟା ଲାଗି ଦରକାର, ତା ଠାରୁ ଅଧିକ ନବୀନଙ୍କ ଭାବମୂର୍ତି ବଡ ଶକ୍ତି

ଭୁବନେଶ୍ବର: ଆସନ୍ତାକାଲି ସଂସଦରେ ଆଗତ ହେବାକୁ ଥିବା ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିବ। ବିଜେଡି ସଭାପତି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏ ଘୋଷଣା କରିନାହାନ୍ତି। କିନ୍ତୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡି ଆପାତତଃ ମନସ୍ଥିର କରିଛି। ରିପୋର୍ଟ ଲେଖା ହେବା ବେଳକୁ ଦଳୀୟ ନେତାଙ୍କ ଶୀର୍ଷ ବୈଠକରେ ଆଲୋଚନା ଚାଲିଛି। ସୋମବାର ଦଳ ଭୂମିକା ସ୍ପର୍ଶ କରିପାରେ ଓ ଦଳ ହ୍ବିପ୍ ମଧ୍ୟ ଜାରି କରିପାରେ।

ବିଜେଡିର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଆଶ୍ବସ୍ତ କରିବ। କିନ୍ତୁ ଜାତୀୟ ରାଜନୀତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ତମାନ ପରିପ୍ରେକ୍ଷୀରେ ବିଚାର କରାଯାଉଛି। ଏକଥା ବି ଆଲୋଚନା ହେଉଛି, ବାସ୍ତବରେ ବିଜେଡି ହିଁ ସରକାରଙ୍କର ସବୁଠୁ ବିଶ୍ବସ୍ତ ସହଯୋଗୀ। ଭାରତ ରାଜନୀତି ଇତିହାସରେ କୌଣସି ଦଳ ଏତେ ତ୍ୟାଗ କରିନାହିଁ, ଯେତିକି ବିଜେଡି ନିଜ ସ୍ବାର୍ଥକୁ ପଛରେ ପକାଇ ବିଜେପି ପାଇଁ କରିଛି। ପ୍ରଥମେ ଗୋଟିଏ ରାଜ୍ୟସଭା ଆସନ ଦଳ ବିଜେପି ହାତକୁ ଟେକିଦେଲା, କେବଳ ପ୍ରଧାନମନ୍ତ୍ରୀ ଚାହିଁଲେ ବୋଲି। ଆଉ ବିଲ୍ କ୍ଷେତ୍ରରେ ଆଖିବୁଜା ସମର୍ଥନ କରିଆସୁଛି।

ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ଭିତରେ ଥିବା ସଂପର୍କରେ ଶତ ପ୍ରତିଶତ ସୁଧାର ଆସିଛି। ବିଜେପି ସରକାରକୁ ବିଜେଡି ସମର୍ଥନ ଦେବ ବୋଲି ଏଯାଏ ଘୋଷଣା କରିନାହିଁ। ଏନଡିଏରେ ମଧ୍ୟ ବିଜେଡି ସାମିଲ ନାହିଁ। ମାତ୍ର ଆଜି ଦିନର ରାଜନୈତିକ ଗଣିତ ସୂଚାଉଛି ଯେ କେନ୍ଦ୍ର ନେତୃତ୍ବାଧୀନ ସରକାରଙ୍କର ଯଦି ସବୁଠାରୁ ଅଧିକ ବିଶ୍ବାସଯୋଗ୍ୟ ଦଳ କିଏ ବୋଲି ପ୍ରଶ୍ନ କରାଯାଏ, ତେବେ ବିଜେଡି ଛଡା ଆଉ କେହି ଏହି ସ୍ଥାନ ନେଇପାରିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସବୁଠାରୁ ବଡ଼ ପସନ୍ଦ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକଥା ସେମାନଙ୍କ ଆଚରଣ ଇତିମଧ୍ୟରେ ସୂଚାଇଲେଣି।

ଆଜି ମଧ୍ୟ ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନିଜେ ମାନ୍ୟବର ରାଷ୍ଟ୍ରପତି ନବୀନଙ୍କୁ ଖୋଲା ପ୍ରଶଂସା କଲେ। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କୁ ଡାର୍ଲିଂ ଚିଫ୍ ମିନିଷ୍ଟର ବୋଲି କହିଲେ। କେବଳ ସେତିକି ନୁହେଁ, ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋଲା ସଭାରେ ଘୋଷଣା କରିବାକୁ ପଛାଇଲେ ନାହିଁ।

ଗୋଟିଏ ଗୋଷ୍ଠୀ କହୁଛନ୍ତି, ମାମଲାକୁ ଧରି ବିଜେଡିକୁ ଗୋଟି କରୁଛି ବିଜେପି। ହେଲେ ନିର୍ବାଚନ ପୂର୍ବରୁ ଉଭୟ ଦଳ ମୁହାଁମୁହିଁ ହୋଇ ଯେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କଲେ, ନବୀନ ଯେଭଳି ଢଙ୍ଗରେ କେନ୍ଦ୍ରର ବାଟ ଓଗାଳିଲେ, ସେଥିରେ ଏହି ଅଭିଯୋଗଟି ପଛରେ ଆଉ ବଳ ନାହିଁ ବୋଲି ସଙ୍କେତ ମିଳିଲାଣି। ଏବେ ଶିବ ସେନା ଛାଡିଯିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ବିଜେଡି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପାରେ। କିନ୍ତୁ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ଗଣିତ ନିଶ୍ଚିତ ଭାବେ ସବୁ ରାଜନୈତିକ ଦଳକୁ ଆକର୍ଷିତ କରିବ। ବ୍ୟାପକ ଟଙ୍କା, ପ୍ରବଳ କ୍ଷମତାର ଚାପରେ ବି ନବୀନଙ୍କ ଲୋକପ୍ରିୟତାକୁ ସଙ୍କୁଚିତ କରାଯାଇପାରିନାହିଁ। ଏମିତିରେ ହିଁ ବିଜେଡି ଏକମାତ୍ର ଦଳ ଯିଏ ଜାତୀୟସ୍ତରରେ କୌଣସି ବିତର୍କ ଭିତରେ କେବେ ବି ମୁଣ୍ଡ ପୂରାଇନି, ଯାହା କେନ୍ଦ୍ରକୁ ଅକଳରେ ପକାଇଛି। ବରଂ ସଂଘୀୟ ରାଷ୍ଟ୍ର ବ୍ୟବସ୍ଥାରେ କେନ୍ଦ୍ରକୁ କେତେ ଗୁରୁତ୍ବ ଦିଆଯିବ, ଏକଥା ନବୀନ ବୁଝିଛନ୍ତି ଓ ନିଜ ଆଚରଣରେ ପ୍ରଦର୍ଶନ କରିଛନ୍ତି।ଯେଉଁଥିପାଇଁ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ତାଙ୍କୁ ସ୍ବୀକୃତି ଦେଇଛନ୍ତି। ଏଣୁ ପ୍ରଥମେ କେନ୍ଦ୍ର ସରକାର ନିଜ ଆଚରଣରେ ସଂଶୋଧନ କରି ବିଜେଡି ସହିତ ନିକଟତର ହୋଇଛନ୍ତି, ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି।

ରାଜ୍ୟ ବିଧାନସଭାରେ ଯେତେବେଳେ ବିଜେପି ଅଚଳାବସ୍ଥା ସୃଷ୍ଟି କରୁଥିଲା, ଠିକ୍ ସେହି ସମୟରେ ସଂସଦରେ ନିଜେ ପ୍ରଧାନମନ୍ତ୍ରୀ ବିଜେଡିକୁ ସବୁଠାରୁ ଶୃଙ୍ଖଳିତ ଦଳ ବୋଲି ସାର୍ଟିଫିକେଟ୍ ଦେଇଛନ୍ତି। ମୋଦୀ ଏନସିପି ନାମ ବି ନେଇଥିଲେ। ହେଲେ ବିଜେଡି ଯେଭଳି ବାରମ୍ବାର କ୍ଷମତାକୁ ଫେରୁଛି, ଏକଥା ସୂଚାଇ ସେ ଜଣାଇ ଦେଇଥିଲେ ଯେ ସେମାନଙ୍କଠାରୁ ସମସ୍ତେ ଶିଖିବା ଉଚିତ୍।

ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ବିଲ୍କୁ ଲୋକସଭାରେ କୌଣସି ବିପଦ ନାହିଁ। କିନ୍ତୁ ରାଜ୍ୟସଭାରେ ଦଳକୁ ଜେଡିୟୁ ସମର୍ଥନ ଦେବ। ଅକାଳୀ ଦଳ, ଏଆଇଏଡିଏମକେ ଓ ବିଜେଡି ସମର୍ଥନ ଦେବେ।

Leave A Reply

Your email address will not be published.