ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପ୍ରକାଶ ମେରିଟ ଲିଷ୍ଟକୁ ଖାରଜ କଲା ହାଇକୋର୍ଟ

0

ଓଡ଼ିଶା ଲୋକସେବା ଆୟୋଗ ତରଫରୁ ପ୍ରକାଶ ପାଇଥିବା ୭୯୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସରର ପଦ ପାଇଁ ପରୀକ୍ଷାର ମେରିଟ ଲିଷ୍ଟକୁ ଖାରଜ କରିଛି ହାଇକୋର୍ଟ । ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬ କୁ ଖାତିର ନକରି ମେରିଟ୍ ଲିଷ୍ଟ ପ୍ରକାଶ କରିଥିବାରୁ ଓପିଏସସିକୁ ତାଗିଦ କରିଛନ୍ତି କୋର୍ଟ ।

ଏଗ୍ରିଗେଟ ମାର୍କ ବଦଳରେ ପ୍ରତି ବିଷୟର କଟ୍ ଅଫ ମାର୍କ ଆଧାରରେ ବାହାରିଥିଲା ମେରିଟ ଲିଷ୍ଟ। ଓପିଏସସିର ଚଞ୍ଚକତା ସାମ୍ନାକୁ ଆସିବା ପରେ ବର୍ଷିଛନ୍ତି ପରୀକ୍ଷାର୍ଥୀ। ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ଆଶାୟୀଙ୍କୁ ମିଳିଛି ବଡ଼ ଆଶ୍ବସ୍ତି।

ଉଲ୍ଲେଖଯୋଗ୍ୟ,୨୦୨୧-୨୨ ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସରର ୭୯୬ ଟି ପଦ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଏଥିପାଇଁ  ୨୭ ଅଗଷ୍ଟ ୨୦୨୨ରେ ପ୍ରାୟ ଦେଢ଼ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଏନେଇ ଓପିଏସସି ମେରିଟ ଲିଷ୍ଟ ପ୍ରକାଶ କରିଥିଲା। ତେବେ ଏହି ମେରିଟ ଲିଷ୍ଟ ଓଡ଼ିଶା ସଚିବାଳୟ ସେବା ନିୟମ ୨୦୧୬ କୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରଜତ ମିଶ୍ର। 

Leave A Reply

Your email address will not be published.