ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ନାଚୁଥିବା ବେଳେ ଟଳିପଡ଼ିଲେ ନୃତ୍ୟୁଗୁରୁ ଶ୍ରୀ ଗଣେଶନ

0

ଭୁବନେଶ୍ବର: ଭୁବନେଶ୍ବର ଭଞ୍ଜକଳା ମଣ୍ଡପର ମଞ୍ଚରେ ଟଳିପଡିଲେ ଭାରତ ନାଟ୍ୟମ ନୃତ୍ୟଗୁରୁ ଶ୍ରୀ ଗଣେଶନ। ମାଲେସିଆରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଆସିଥିଲେ ନୃତ୍ୟଗୁରୁ ଶ୍ରୀ ଗଣେଶନ। ଭଞ୍ଜକଳା ମଣ୍ଡପରେ ଚାଲିଥିବା ତିନି ଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ କାର୍ଯ୍ୟକ୍ରମର ଆଜିଥିଲା ଶେଷ ସନ୍ଧ୍ୟା।

କାର୍ଯ୍ୟକ୍ରମରେ ରାଜ୍ୟ ସମେତ ବିଭିନ୍ନ ଦେଶର ଲୋକେ ସାମିଲ ହୋଇଥିଲେ। ଗୀତଗୋବିନ୍ଦ ଛନ୍ଦରେ ନାଚୁଥିବା ବେଳେ ହଠାତ ଟଳିପଡ଼ିଥିଲେ ନୃତ୍ୟୁଗୁରୁ। ନାଚିବା ପରେ ପ୍ରଦୀପ ପ୍ରଜ୍ବଳନ ସମୟରେ ବେହୋସ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.