ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭାରତର ଶ୍ରେଷ୍ଠ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ଦୁଇ ଗବେଷକ

0

ଭୁବନେଶ୍ୱର, ଜୁନ ୨୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି । ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି ପରିଡାଙ୍କୁ ପ୍ରତିଷ୍ଠିତ ଗବେଷଣା ପୋର୍ଟାଲ ରିସର୍ଚ୍ଚ ଡଟ୍ କମ୍ ଦ୍ୱାରା ଏହି ସମ୍ମାନ ଦିଆଯାଇଛି । ପ୍ରଫେସର ଦାଶ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଗବେଷଣା କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ପ୍ରଫେସର ପରିଡ଼ା ରସାୟନ ବିଜ୍ଞାନ ଗବେଷଣାରେ ଦେଶରେ ସପ୍ତମ ସ୍ଥାନରେ ସ୍ଥାନୀତ ହୋଇଛନ୍ତି ।

ପ୍ରଫେସର ଦାଶ ବର୍ତମାନ ସୋଆରେ ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ପରିଡ଼ା ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର୍ ନାନୋସାଇନ୍‌ସ ଆଣ୍ଡ ନାନୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଏହି ତାଲିକାରେ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଦଶମ ସ୍ଥାନରେ ଥିବା ବେଳେ ରସାୟନ ବିଜ୍ଞାନ କ୍ଷେତ୍ରରେ ୩୪ ତମ ସ୍ଥାନ ଲାଭ କରିଛି ।

ସୋଆର ପ୍ରଥମ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ଦାଶ ଏନ୍‌ଆଇଟି ରାଉରକେଲାର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ସିଙ୍ଗାପୁରର ନ୍ୟାସ୍‌ନାଲ୍ ୟୁନିଭର୍ସିଟି, ମାଲେସିଆର ମଲ୍ଟିମିଡିଆ ୟୁନିଭର୍ସିଟି, ୟୁଏସ୍‌ଏ ର ୟୁନିଭର୍ସିଟି ଅଫ୍ୱା ଶିଂଟନ୍ ଏବଂ କାନାଡାର ୟୁନିଭର୍ସିଟି ଅଫ୍ ମାନିଟୋବା ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ବ୍ରୁନ୍‌ସ୍ୱିକ୍‌ରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି । ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ତାଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ଏବଂ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ସାମନ୍ତ ଚନ୍ଦ୍ରଶେଖର ସମ୍ମାନରେ ସମ୍ମାନିତ କରାଯାଇଛି ।

ମାଟେରିଆଲ କେମିଷ୍ଟ୍ରି କ୍ଷେତ୍ରରେ ଗବେଷଣା ନିମନ୍ତେ ବେଶ ପରିଚିତ ଥିବା ପ୍ରଫେସର ପରିଡ଼ା ୧୬ଟି ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବିଜ୍ଞାନ ଭିତିକ ସମ୍ମାନ ଗ୍ରହଣ କରିଥିବା ବେଳେ ୫୦୧ଟି ଗବେଷଣା ସମ୍ପର୍କିତ ନିବନ୍ଧ ଲେଖିଛନ୍ତି । ତାଙ୍କ ନିକଟରେ ୩୫ଟି ଜାତୀୟ ବୈଜ୍ଞାନିକ ପାଟେଂଟ ମଧ୍ୟ ରହିଛି । ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜିରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଫେସର ପରିଡ଼ା ସେହି ଅନୁଷ୍ଠାନର ବିଭିନ୍ନ ବିଭାଗରେ ମାଟେରିଆଲ୍‌ସ କେମିଷ୍ଟ୍ରି ବୈଜ୍ଞାନିକ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଉଭୟ ପ୍ରଫେସର ଦାଶ ଏବଂ ପ୍ରଫେସର ପରିଡ଼ାଙ୍କୁ ମଧ୍ୟ ସ୍ଥାନୀତ କରାଯାଇଛି ।

Leave A Reply

Your email address will not be published.