ପ୍ରମୁଖ ଖବର

ଏସିବିରେ ୧.୪୦ କୋଟି ଟଙ୍କା ହେରଫେର, ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଲେଜ ପାଇଁ ନୂଆ ନିର୍ଦ୍ଦେଶ, କ୍ୟାଣ୍ଟିନ୍‌ରେ କମିବ ତେଲ ବ୍ୟବହାର, ପୁରି-ବରା-ଆଳୁଚପ
ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ୧.୦୩ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ଟଙ୍କା
‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’
ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା
ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ: ୨୨୧ ବରଫ ହ୍ରଦ ଚିହ୍ନଟ

ଦୁଇ ଦିନିଆ ବରଗଡ଼ ଗସ୍ତରେ ଫାଇଭ୍ ଟି ସଚିବ

0

ଭୁବନେଶ୍ବର: ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଦୁଇଦିନିଆ ବରଗଡ଼ ଗସ୍ତରେ । ଅତାବିରା ସରଣ୍ଡାରୁ ଗସ୍ତ ଆରମ୍ଭ କରିଛନ୍ତି ଫାଇଭ୍ ଟି ସଚିବ । ଦୁଇ ଦିନିଆ ଗସ୍ତ କାଳରେ ସେ ଜିଲ୍ଲାର ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ । ବିଭିନ୍ନ କାର୍ଯ୍ୟକାରୀ ପ୍ରକଳ୍ପ ସମେତ ଧର୍ମସ୍ଥଳୀ, ପର୍ଯ୍ୟଟନସ୍ଥଳୀ ଏବଂ ଶିକ୍ଷାନୁଷ୍ଠାନ ବୁଲି କାର୍ଯ୍ୟର ସମୀକ୍ଷା କରିବେ ।

ଆଜି ବିଭିନ୍ନ କାର୍ଯ୍ୟକ୍ରମ ସରିବା ପରେ ଆସନ୍ତାକାଲି ସକାଳେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ । ଏହା ସହ ଗିରସୂଲ ଓ ଜିରା ନଦୀ କ୍ରସିଂ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସୋହେଲା ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ଫାଇଭ୍ ଟି ସଚିବ । ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ଉନ୍ନୟନ କାମର ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.