ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରୋବୋଟ ସହାୟତାରେ ସମ୍ ହସ୍ପିଟାଲ୍‌ରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସଫଳ ହେଉଛି

0

ଭୁବନେଶ୍ୱର: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି । ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବୋଟ ସହାୟତାର ପ୍ରକ୍ରିୟା ସମାନ ଅଟେ । ପ୍ରତ୍ୟାରୋପଣରେ ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡା ଯାଇଥାଏ । ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର ଏବଂ ସର୍ଜନ ନିୟନ୍ତ୍ରଣ କରିଥାନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାଶ ସୂଚନା ଦେଇଛନ୍ତି ।

ଜଟିଳ ସମସ୍ୟା ଥିବା କ୍ଷେତ୍ରରେ ରୋବୋଟ ସହାୟତାରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ଆଣ୍ଠୁ ଚତୁଃପାଶ୍ୱର୍ରେ ଥିବା କୋମଳ ତନ୍ତୁଗୁଡ଼ିକର ପ୍ରତ୍ୟାରୋପଣ ଓ ଗଣ୍ଠିର ଉତମ ସଜ୍ଜିକରଣ ହୋଇପାରିଥାଏ ବୋଲି ସେ କହିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ମେଡିକାଲ୍ କଲେଜ ହସ୍ପିଟାଲ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌)ରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଭବିଷ୍ୟତରେ ଏହି ଉପାୟ ଅବଲମ୍ବନ କରାଯିବ ବୋଲି ପ୍ରଫେସର ଦାଶ କହିଛନ୍ତି । ଚିରାଚରିତ ଢ଼ଙ୍ଗରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଓ ରୋବୋଟ ସହାୟତାରେ କରାଯାଉଥିବା ଅସ୍ତ୍ରୋପଚାର ମଧ୍ୟରେ କିଛି ଫରକ ନାହିଁ । ତେଣୁ ରୋବୋଟ ସହାୟତାରେ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତ ହେଉଥିବା ରୋଗୀଙ୍କୁ ଅଲଗା ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ତେବେ କେଉଁମାନେ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରିପାରିବେ ସେ ନେଇ ପ୍ରଫେସର ଦାଶ କହିଛନ୍ତି ଯେ ସାଧାରଣ ଭାବେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତି ମଧ୍ୟ ରୋବୋଟ ସହାୟତାରେ ଏହା କରାଇପାରିବେ । ଆଣ୍ଠୁ ଗଣ୍ଠିରେ ସମସ୍ୟା ଥିବା ଏବଂ କୌଣସି ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଖୁବ୍ ଲାଭଦାୟକ ବୋଲି ସେ କହିଛନ୍ତି ।

ଏହାଛଡ଼ା ଏହି କ୍ଷେତ୍ରରେ ରୋବୋଟିକ ଅସ୍ତ୍ରୋପଚାର ସାଧାରଣ ଅସ୍ତ୍ରୋପଚାର ଅପେକ୍ଷା ଉତମ ଫଳ ଦେଇଥାଏ କାରଣ ଏହାକୁ ପୂର୍ବରୁ ପରିକଳ୍ପନା କରାଯାଇ ନିର୍ଭୁଲ ଭାବେ କରାଯାଇପାରେ । ସ୍ୱତନ୍ତ୍ର ଥ୍ରୀଡି ଇମେଜ ନିଆଯାଇ ରୋବୋଟିକ୍ ଅସ୍ତ୍ରୋପଚାର କରାଯାଇଥାଏ । ଏହି ଇମେଜଗୁଡ଼ିକ ସର୍ଜନଙ୍କୁ ଉପଯୁକ୍ତ ଭାବେ ପ୍ରତ୍ୟାରୋପଣରେ ସହାୟକ ହୋଇଥାଏ । ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସର୍ଜନମାନେ ପ୍ରତ୍ୟାରୋପଣ ନେଇ ଅଧିକ ଦକ୍ଷ ହୋଇପାରନ୍ତି । ଏହା ଦ୍ୱାରା ଶୀଘ୍ର ରୋଗୀ ସୁସ୍ଥ ହୋଇଥାଏ, ଖୁବ୍ କମ୍ ସମସ୍ୟା ଦେଖାଦେଇଥାଏ ଏବଂ ଆଉ ଥରେ ଅସ୍ତ୍ରୋପଚାରର ଆବଶ୍ୟକତା କମ୍ ଥାଏ ବୋଲି ପ୍ରଫେସର ଦାଶ କହିଛନ୍ତି ।

ତେବେ ଏହି ଅସ୍ତ୍ରୋପଚାରରେ କେବଳ ରୋବୋଟ କାମ କରେ ନାହିଁ ସେ କେବଳ ସର୍ଜନମାନଙ୍କୁ ଅସ୍ତ୍ରୋପଚାରରେ ସାହାଯ୍ୟ କରିଥାଏ ବୋଲି ଡାକ୍ତର ଦାଶ କହିଛନ୍ତି । ପାରମ୍ପରିକ ଅସ୍ତ୍ରୋପଚାରରେ ସବୁକିଛି ସର୍ଜନଙ୍କ ନିୟନ୍ତ୍ରଣରେ ଥାଏ । ତେବେ ରୋବୋଟିକ୍ ସର୍ଜରୀ ଦ୍ୱାରା ଅଧିକ ସୁଫଳ ମିଳିଥାଏ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.