ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନିଅଣ୍ଟିଆ ବର୍ଷା କୁ ଭରଣା କରିବାକୁ ଆସୁଛି ବଡ଼ ଲଘୁଚାପ

0

ଭୁବନେଶ୍ବର: ଜୁନ ୦୧ ରୁ ଜୁଲାଇ ୧୩ ତାରିଖ ମଧ୍ୟରେ ରାଜ୍ୟ ରେ ସ୍ଵାଭାବିକ ଭାବେ ୩୩୪.୪ମିମି ବର୍ଷା ହେବାକଥା କିନ୍ତୁ ଏହି ସମୟ ରେ ୨୪୩.୯ମିମି ବର୍ଷା ହୋଇଛି । ଯାହା ସ୍ଵାଭାବିକ ଠାରୁ ୨୭% କମ୍ ବର୍ଷା। ଏହି ସମୟ ରେ କଳାହାଣ୍ଡି ରେ ୬୫% କମ୍ ବର୍ଷା ହୋଇଥିବା ବେଳେ, ୧୭ ଜିଲ୍ଲା ରେ କମ୍ ବର୍ଷା ହୋଇଛି, ୧୧ ଟି ଜିଲ୍ଲା ରେ ସ୍ଵାଭାବିକ ବର୍ଷା ହୋଇଛି କେବଳ ଦେବଗଡ଼ ଜିଲ୍ଲା ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଉପକୂଳ ଓଡ଼ିଶା ର ସମସ୍ତ ଜିଲ୍ଲା ଓ ଆଖପାଖ ଜିଲ୍ଲା ରେ କମ୍ ବର୍ଷା ଯୋଗୁଁ କୃଷି କାର୍ଯ୍ୟ ଆଗେଇ ପାରିନାହିଁ।

ତେବେ ଆଶ୍ୱସ୍ତି ର କଥା ଜୁଲାଇ ୧୬-୧୭ ବେଳକୁ ଉତ୍ତର – ପଶ୍ଚିମ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହି କ୍ଷେତ୍ର ମୌସୁମୀ ବାୟୁ କୁ ସକ୍ରିୟ କରିବା ହେତୁ ୧୬ ପରେ ରାଜ୍ୟ ରେ ବର୍ଷା ର ବିସ୍ତୃତି ବଢିବ କିଛି ଜିଲ୍ଲା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୮ ଜୁଲାଇ ପରେ ଏହି କ୍ଷେତ୍ର ଟି ଅଧିକ ଘନିଭୂତ ହୋଇ ପାଖାପାଖି ପଶ୍ଚିମ ଦିଗରେ ଅଗ୍ରସର ହୋଇ ୨୦-୨୧ ଜୁଲାଇ ବେଳକୁ ଓଡିଶା ଉପକୂଳ ନିକଟରେ ସଦୃଶ ଲଘୁଚାପ/ ଡିପ୍ରେସନ୍ ରେ ପରିଣତ ହେବ।

ଏହାର ପ୍ରଭାବ ରେ ୧୮-୨୨ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବିଶେଷ କରି ୧୯-୨୧ ରେ ଉପକୂଳ, ଦକ୍ଷିଣ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୨୦-୨୨ ରେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟ ରେ କେନ୍ଦ୍ରୀୟ ଭାରତ ରେ ଏହି ସିଷ୍ଟମ୍ ମାଧ୍ୟମ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସିଷ୍ଟମ୍ ପ୍ରଭାବ ରେ ନିଅଣ୍ଟିଆ ବର୍ଷା ବହୁ ମାତ୍ରା ରେ ଭରଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.