ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ସୋଆ କମ୍ୟୁନିଟି ରେଡିଓର ‘ଅସ୍ମିତା’ କାର୍ଯ୍ୟକ୍ରମକୁ ପ୍ରଥମ ପୁରସ୍କାର

0

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ୯୦.୪ ସୋଆ କମ୍ୟୁନିଟି ରେଡିଓକୁ ଓଡିଶାର ସ୍ଥାନୀୟ ସଂସ୍କୃତିକୁ ଲୋକପ୍ରିୟ ଓ ପ୍ରସାର କରାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ଭାରତ ସରକାରଙ୍କ ଠାରୁ ପ୍ରଥମ ପୁରସ୍କାର ମିଳିଛି ।

ରାଜଧାନୀ ଦିଲ୍ଲୀରେ ରବିବାର ଅନୁଷ୍ଠିତ ହୋଇଥିବା ଏକ ଭବ୍ୟ ସମାରୋହରେ ସୋଆ ରେଡିଓର ‘ଅସ୍ମିତା’ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମବୀ ଶ୍ରୀ ଅନୁରାଗ ଠାକୁର ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସୋଆର କୁଳାଧିପତି ପ୍ରଫେସର ଅମିତ୍ ବାର୍ନାଜୀ ଓ ସୋଆର ସଂସ୍ଥାପକ ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶ୍ରୀ ଠାକୁର ସୋଆ କମ୍ୟୁନିଟି ରେଡିଓ ଷ୍ଟେସନ୍ ର ‘ଅସ୍ମିତା’ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ସ୍ଥାନୀୟ ସଂସ୍କୃତିକୁ ପ୍ରସାର କରାଇବାରେ ମହିଳାମାନଙ୍କ ପାଇଁ ‘ଅସ୍ମିତା’ କାର୍ଯ୍ୟକ୍ରମ ବେଶ୍ ଆଦୃତ ହୋଇଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡିଓ ର ପ୍ରୋଗ୍ରାମ୍ କୋର୍ଡିନେଟର ତଥା ଆର୍‌ଜେ ଶ୍ରୀମତି ଶୁଭ୍ରସୀମା ମହାନ୍ତି ପରିଚାଳନା କରନ୍ତି ।

ମହିଳାମାନଙ୍କ ସଶକ୍ତୀକରଣ ଓ ସେମାନଙ୍କ ମଧ୍ୟରେ ରହିଥିବା ଶକ୍ତି ଓ ସାମର୍ଥ୍ୟକୁ ଲୋକ ଲୋଚନକୁ ଆଣିବାରେ ‘ଅସ୍ମିତା’ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସୋଆ କମ୍ୟୁନିଟି ରେଡିଓ ଷ୍ଟେସନ ଏହି କାର୍ଯ୍ୟକ୍ରମକୁ ତାର ନେଟୱାର୍କ୍‌ ମାଧ୍ୟମରେ ପ୍ରଚାର କରିଆସୁଛି । ଏହି କାର୍ଯ୍ୟକ୍ରମ ମଧ୍ୟ ମହିଳାଙ୍କ କୌଶଳ ଓ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭୋକାଲ ଫର୍ ଲୋକାଲ’ ନାରା ଉପରେ ଆଧାରିତ । ମହିଳାମାନେ କିପରି ନିଜ ସାମର୍ଥ୍ୟ ବଳରେ ସ୍ଥାନୀୟ କଳା ଓ ପରମ୍ପରା କୁ ପ୍ରୋତ୍ସାହିତ କରିବା ସହ ନିଜର ଆର୍ଥିକ ସମ୍ବଳକୁ ବଢାଇବା ପାରୁଛନ୍ତି ତାହାର ସଂପୂର୍ଣ୍ଣ ଝଲକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.