ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ବଢ଼ିଲା ଇପିଏଫଓର ସୁଧହାର

0

ନୂଆଦିଲ୍ଲୀ: ବଢ଼ିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓର ସୁଧହାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ସୁଧହାର ୮.୧୫ ପ୍ରତିଶତକୁ ମଞ୍ଜୁର ଦେଇଛନ୍ତି କେନ୍ଦ୍ର ସରକାର । ସୁଧହାର ୦.୦୫ ପ୍ରତିଶତ ବଢ଼ାଇବାକୁ ଗତ ମାର୍ଚ୍ଚରେ ସୁପାରିସ କରିଥିଲା ଇପିଏଫଓ । କେନ୍ଦ୍ର ସରକାର ଇପିଏଫଓ ସୁଧ ହାର ବୃଦ୍ଧି କରିବା ଦ୍ବାରା ଦେଶର ପ୍ରାୟ ୬ କୋଟି କର୍ମଚାରୀ ଉପକୃତ ହେବେ ।

ଇପିଏଫଓ ଆକ୍ଟ ଆଧାରରେ କର୍ମଚାରୀଙ୍କୁ ବେସିକ ଦରମା ସହ ୧୨ ପ୍ରତିଶତ ଡିଏ ଆକାଉଣ୍ଟକୁ ଯାଇଥାଏ । କମ୍ପାନୀ ମଧ୍ୟ ଦରମାର ୧୨ ପ୍ରତିଶତ ଡିଏ ଦେଥଖାଏ । କମ୍ପାନୀ କଣ୍ଟ୍ରିବ୍ୟୁସରର ୩.୬୭ ପ୍ରତିଶତ ପିଏଫ ଜମାଖାତାକୁ ଯାଉଥିବା ବେଳେ ୮.୩୩ ପ୍ରତିଶତ ପେନସନ ସ୍କିମରେ ଜମା ହୋଇଥାଏ । ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ୨୦୨୦-୨୧ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ରହିଥିଲା ।

Leave A Reply

Your email address will not be published.