ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ଶୀତ ଋତୁରେ ବର୍ଷାର ଡର

0

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟକୁ ଶୀତ ଫେରିବାର ସମ୍ବାବନା ନାହିଁ। ବରଂ ୧୪ ଓ ୧୫ ତାରିଖ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଦେବଗଡ ଭଳି ଜିଲ୍ଲାକୁ ବର୍ଷାର ଡର ରହିଛି। ଏସବୁ ଜିଲ୍ଲାରେ ଘଡଘଡି ସହିତ ଅଳ୍ପ ବର୍ଷା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରୁଛନ୍ତି।

ପାଣିପାଗ ସଂପର୍କରେ ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି, ପାଣିପାଗ ପ୍ରୟତଃ ଶୁଖିଲା ରହିବ। ଆକାଶ କିଛି ପରିମାଣ ରେ ମେଘୁଆ ରହିପାରେ। ରାତି ତାପମାତ୍ରା ବିଶେଷ ଭାବରେ ପରିବର୍ତ୍ତନ ହେବାର ନାହିଁ। ଉପକୂଳ ଓଡିଶା ସମେତ ଢେଙ୍କାନାଳ , ସୁନ୍ଦରଗଡ , କେନ୍ଦୁଝର , କନ୍ଧମାଳ , କଳାହାଣ୍ଡି , କୋରାପୁଟ ଜିଲ୍ଲା ରେ ଆଗାମୀ ୨ରୁ ୩ ଦିନ ଯାଏ ଅଳ୍ପରୁ ମଧ୍ୟମ ଧାରଣର କୁହୁଡି ଅନୁଭୂତ ହୋଇପାରେ।

ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପାଣିପାଗ ଶୁଖିଲା ରହିଥିଲା। କଳାହାଣ୍ଡି ଓ ଦକ୍ଷିଣ-ଅଭ୍ୟନ୍ତର ଜିଲ୍ଲା ଗୁଡିକରେ କୁହୁଡିର ପ୍ରଭାବ ରହିଥିଲା। ରାତି ତାପମାତ୍ରା ସ୍ୱାଭାବିକ ରହିଥିଲା। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ସେହିଭଳି ଅନୁଗୁଳ ଓ ଫୁଲବାଣୀ ରେ ସବୁଠାରୁ କମ ୧୧ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.