ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସରକାରୀ କର୍ମଚାରୀଙ୍କୁ ଇସ୍ତଫା ମହଙ୍ଗା

0

ନୂଆଦିଲ୍ଲୀ: କିଛି ବର୍ଷ କାମ କରିବା ପରେ ସରକାରୀ କର୍ମଚାରୀଙ୍କ ଚାକିରି ଉପରୁ ମୋହ ତୁଟିଯାଉଥିଲା। କିଏ ବଡ଼ ଚାକିରି ପାଇଁ , ଆଉ କିଏ ରାଜନୀତି ମଇଦାନରେ ପାଦ ଥାପିବା ଲାଗି ଇସ୍ତଫା ଦେଉଥିଲେ।

ସରକାର କର୍ମଚାରୀଙ୍କୁ ଏ କ୍ଷେତ୍ରରେ ବଡ଼ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲଚ ଏକ ରାୟରେ କହିଛନ୍ତି, ସରକାରୀ ଚାକିରିରୁ ଇସ୍ତଫା ଦେଉଥିବା କର୍ମଚାରୀ ଆଉ ପେନସନ୍ ପାଇବାକୁ ହକଦାର ନୁହଁନ୍ତି।ସ୍ବେଚ୍ଛାକୃତ ଅବସର ଓ ଇସ୍ତଫା ଗୋଟିଏ କଥା ନୁହେଁ। ଏ ସଂକ୍ରାନ୍ତରେ ଦିଲ୍ଲୀ ହାଇକୋର୍ଟଙ୍କ ଏକ ରାୟକୁ ଖାରଜ କରି ବିଚାରପତି ଡି ଵାଇ ଚନ୍ଦ୍ରଚୂଡ ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଇସ୍ତଫା କ୍ଷେତ୍ରରେ ଜଣେ କର୍ମଚାରୀର ଅତୀତର ସବୁ ସେବା ବାଜ୍ୟାପ୍ତ ହୋଇଯାଇଥାଏ। ତେଣୁ ସେ ପେନସନ୍ ପାଇବାକୁ ହକଦାର ନୁହେଁ।

ବିଏସ୍ଇଏସ୍ ଯମୁନା ପାଵାର ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାୟର ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଜଣେ କର୍ମଚାରୀ ଥରେ ଇସ୍ତଫା ଦେବା ପରେ ସ୍ବେଚ୍ଛାକୃତ ଅବସର କଥା ମଧ୍ୟ ଉଠାଯାଇପାରିବ ନାହିଁ। ଉଭୟ ସ୍ବେଚ୍ଛାକୃତ ଅବସର ଓ ଇସ୍ତଫା କର୍ମଚାରୀର ଇଚ୍ଛାଧୀନ ବ୍ୟାପାର। ଇସ୍ତଫା କ୍ଷେତ୍ରରେ ଜଣେ କର୍ମଚାରୀ ନିଜ ଇଚ୍ଛାନୁସାରେ ଏହାକୁ ନିଜ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିଥାଏ। ମାତ୍ର ସ୍ବେଚ୍ଛାକୃତ ଅବସର କ୍ଷେତ୍ରରେ କର୍ମଚାରୀ ଜଣେ ନିର୍ଧାରିତ ସମୟର ସେବା ପୂରଣ ପରେ ଆବେଦନ କରିବାକୁ ହକଦାର ହୋଇଥାଏ। ତେଣୁ ଇସ୍ତଫା କ୍ଷେତ୍ରରେ କର୍ମଚାରୀ ଜଣକ ପେନସନ୍ ପାଇଁ ହକଦାର ହେବ ନାହିଁ ଓ ସ୍ବେଚ୍ଛାକୃତ ଅବସର କ୍ଷେତ୍ରରେ କର୍ମଚାରୀ ପେନସନ୍ ପାଇବ ହିଁ ପାଇବ। ଜଣେ କର୍ମଚାରୀ ୨୦ ବର୍ଷ ଚାକିରି କରିବା ପରେ ଇସ୍ତଫା ଦେଇଥିବା ଘଟଣାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପେନସନ୍ ଦେବାକୁ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.