ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ବସ୍ ଓଲଟି କ୍ରୀଡା ଶିକ୍ଷକଙ୍କ ମୃତ୍ୟୁ, ୨୦ ଛାତ୍ରଛାତ୍ରୀ ଆହତ

0

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ଘଟିଛି ବଡ ଧରଣର ବସ୍ ଦୁର୍ଘଟଣା । ଚନ୍ଦାହାଣ୍ଡିରେ ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଯୋଗ ଦେବାକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ବସଟି ଓଲଟି ପଡିଥିଲା । ଏଥିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏଥିସହ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବସରେ ଥିଲେ ଦୁଇଟି ସ୍କୁଲର ୪୦ରୁ ଅଧିକ ଛାତ୍ରଛାତ୍ରୀ । ଖବର ପାଇ ଘଟଣାସ୍ଥଳରେକୁ ଝରିଗାଁ ଓ ଚନ୍ଦାହାଣ୍ଡିର ୨ଟି ଅଗ୍ନିଶମ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଚ଼ନ୍ଦାହାଣ୍ଡି ବ୍ଲକରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଉତ୍ସବ ପାଳନ ହେଉଥିଲା। ଆଜି ସକାଳେ ଉମରକୋଟର ଶିକ୍ଷକଶିକ୍ଷୟତ୍ରୀମାନେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ନେଇ ଏକ ବସ୍‌ ଯୋଗେ ଚ଼ନ୍ଦାହାଣ୍ଡି ନେଇ ଯାଉଥିଲା। ଚ଼ନ୍ଦାହାଣ୍ଡି ଘାଟିରେ ବସ୍‌ଟି ତଳକୁ ଗଡୁଥିବା ସମୟରେ  ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲା ବେଳେ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା।   

ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଝରି ଗାଁରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।  ଝରି ଗାଁ ପୁଲିସ ଘଟଣାର ତଦନ୍ତ କରିବା ସହ ତଦନ୍ତ କରୁଛି। ବସ୍‌ରେ ୪୦ ଜଣ ଛାତ୍ରଛାତ୍ରୀ ଥିଲେ।

Leave A Reply

Your email address will not be published.