ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ବାହାଘର ଉତ୍ସବରେ ଅଗ୍ନିକାଣ୍ଡ: ୧୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଆହତ

0

ବାଗଦାଦ:  ବାହାଘର ଉତ୍ସବରେ ଅଗ୍ନିକାଣ୍ଡ ଘଟି ୧୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଇରାକ ସହରର ହାମ୍‌ଦାନିୟା ଘଟିଥିବା ଏହି ଭୟାନକ ଅଗ୍ନିକାଣ୍ଡ ସାରା ଦେଶରେ ଶୋକର ବାତାବରଣ ସୃଷ୍ଟି କରିଛି । ନିନେଭ ଡେପୁଟି ଗଭର୍ଣ୍ଣର ହାସନ ଅଲ ଅଲାକ କହିଛନ୍ତି- ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୧୧୩ ଲୋକଙ୍କ ମୃତ୍ୟୁ ଘଟିଛି । ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା ରହିଛି ।

ଗତକାଲି ନିନେଭ ଅନ୍ତର୍ଗତ ହାମଦାନିୟାରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା । ତେବେ ଏକ ହଲରେ ଆୟୋଜିତ ହେଉଥିବା ଏହି ବିବାହ ଉତ୍ସବରେ ବାଣ ଫୁଟାଇବା କାରଣରୁ ସେଠାରେ ନିଆଁ ଲାଗିଯାଇଥିଲା । ତୁରନ୍ତ ସେଠାରେ ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ନିରାପତ୍ତାକୁ ଗୁରୁତ୍ବ ଦିଆଯାଇଥିବାବେଳେ ସମସ୍ତ ଆସବାବପତ୍ର ପୋଡିଯାଇଥିବା ସୂଚନା ମିଳିଛି । ଉତ୍ସବରେ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.