ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବାହାଘର ଉତ୍ସବରେ ଅଗ୍ନିକାଣ୍ଡ: ୧୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ, ୧୫୦ରୁ ଅଧିକ ଆହତ

0

ବାଗଦାଦ:  ବାହାଘର ଉତ୍ସବରେ ଅଗ୍ନିକାଣ୍ଡ ଘଟି ୧୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଇରାକ ସହରର ହାମ୍‌ଦାନିୟା ଘଟିଥିବା ଏହି ଭୟାନକ ଅଗ୍ନିକାଣ୍ଡ ସାରା ଦେଶରେ ଶୋକର ବାତାବରଣ ସୃଷ୍ଟି କରିଛି । ନିନେଭ ଡେପୁଟି ଗଭର୍ଣ୍ଣର ହାସନ ଅଲ ଅଲାକ କହିଛନ୍ତି- ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୫ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୧୧୩ ଲୋକଙ୍କ ମୃତ୍ୟୁ ଘଟିଛି । ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବାର ଆଶଙ୍କା ରହିଛି ।

ଗତକାଲି ନିନେଭ ଅନ୍ତର୍ଗତ ହାମଦାନିୟାରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା । ତେବେ ଏକ ହଲରେ ଆୟୋଜିତ ହେଉଥିବା ଏହି ବିବାହ ଉତ୍ସବରେ ବାଣ ଫୁଟାଇବା କାରଣରୁ ସେଠାରେ ନିଆଁ ଲାଗିଯାଇଥିଲା । ତୁରନ୍ତ ସେଠାରେ ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ନିରାପତ୍ତାକୁ ଗୁରୁତ୍ବ ଦିଆଯାଇଥିବାବେଳେ ସମସ୍ତ ଆସବାବପତ୍ର ପୋଡିଯାଇଥିବା ସୂଚନା ମିଳିଛି । ଉତ୍ସବରେ ପ୍ରାୟ ୧ ହଜାର ଲୋକ ଉପସ୍ଥିତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.